ପଂଚାୟତ ଅଧିକାରୀ କାହା ସ୍ୱାର୍ଥରେ ୭ବର୍ଷରୁ ଅଧିକ ଗୋଟିଏ ଗୋଟିଏ ଯାଗାରେ, ଭିଜିଲାନ୍ସ ତଦନ୍ତ କେବେ?

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ବ୍ଳକ ଅଧୀନରେ ଲିଙ୍ଗିପୁର ଗ୍ରାମ ପଂଚାୟତ ଅଟେ । ଲିଙ୍ଗିପୁର, ଟିକରପଡା, ଇତିପୁର, ପଂଚାୟତ ଅଫିସ ପ୍ରମୁଖ ଆସୁଅଛି । ଏଠାରେ କାମ କରୁଥିବା ପଂଚାୟତ ଅଧିକାରୀ(ପିଇଓ) ୭ ବର୍ଷରୁ ଅଧିକା ଗୋଟିଏ ଗୋଟିଏ ବ୍ଳକ ଅଧୀନରେ ରହିବା ସତ୍ୱେ ସେମାନଙ୍କର ବଦଳୀ ନହେବାର ରହସ୍ୟ କଣ? ସାଧାରଣରେ ଆଲୋଚନା ହେଉଅଛି ଯେ, ବିଡିଓ ମହାଶୟ ଗୋଟିଏ ପରେ ଗୋଟିଏ ବଦଳୀ ଆଦେଶ ନିର୍ଗମନ କରୁଅଛନ୍ତି । ଯଥା ବଦଳୀ ଆଦେଶ ସଂଖ୍ୟା-୨୧୦୯, ତା.୦୪.୦୫.୨୦୨୨ ସେଇ ଆଦେଶ ବଳରେ ୧୪ଜଣ ପିଇଓଙ୍କର ବଦଳୀ ହୋଇଥିଲା । ତାହା କାର୍ଯ୍ୟକାରୀ ହେଲା ନାହିଁ । ପୁନଃ ୩୦ ଜୁନ୍ ୨୦୨୨ରେ ମଧ୍ୟ ଆଉ ଏକ ବଦଳୀ ଆଦେଶ ନିର୍ଗମନ ହୋଇଥିଲା ତାହା ମଧ୍ୟ କାର୍ଯ୍ୟକାରୀ ହୋଇନଥିଲା । ବର୍ତମାନ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୩୨୮୯, ତା.୨୧.୦୭.୨୦୨୩ରେ ୧୩ଜଣ ପଂଚାୟତ ଅଧିକାରୀଙ୍କର ବଦଳୀ ହୋଇଛି । ସେଥିରେ ସ୍ପଷ୍ଟ ଭାବେ ଉଲ୍ଳେଖ ଅଛି ଯେ ଏହି ବଦଳୀ ଆଦେଶଟି ୩୧.୦୭.୨୦୨୩ ମଧ୍ୟରେ କାର୍ଯ୍ୟକାରୀ ହେବ ତାହା ମଧ୍ୟ କାର୍ଯ୍ୟକାରୀ ହେଲା ନାହିଁ । ଏହା କଣ ବିଡିଓ ମହାଶୟଙ୍କର ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁୁନାହିଁ କି? ସରକାରଙ୍କ ନିୟମ ଅନୁଯାଇ ଗୋଟିଏ ଗୋଟିଏ ଜିଲ୍ଲା ଅଧୀନରେ ଯେକୌଣସି ବ୍ଲକରେ ୫ବର୍ଷରୁ ଅଧିକ ରହିଲେ ସେମାନଙ୍କୁ ଅନ୍ୟ ଏକ ଜିଲ୍ଲାକୁ ବଦଳୀ କରାଯାଏ । ସେଥିରୁ ଜଣାପଡିବ ପ୍ରଶାସନର ସ୍ୱଚ୍ଛତା । ଭୁବନେଶ୍ୱର ସବ୍‌-କଲେକ୍ଟର ଏଭଳି ଅନିୟମିତତା ବିଷୟରେ ଅନିଭିଜ୍ଞ । ବଦଳୀ ଆଦେଶ କରୁଛନ୍ତି ଈଊଙ (ଗୋଷ୍ଠୀ ଉନ୍ନୟନ ଅଧିକାରୀ) କିନ୍ତୁ କେବେ କେହି ବି ଦେଖୁନାହାଁନ୍ତି ତାହା କାର୍ଯ୍ୟକାରୀ ହେଲା କି ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଏବଂ ଦୁର୍ନୀତି ନିବାରଣ ବିଭାଗ ତଦନ୍ତ କଲେ ଏହାର ରହସ୍ୟ ଉନ୍ମୋଚନ ହୋଇପାରିବ । ଲିଙ୍ଗିପୁର ପଂଚାୟତର ୧ନଂ ୱାର୍ଡର ୱାର୍ଡ ମେମ୍ବର ମରିବାର ୧ବର୍ଷ ପୂର୍ତି ପାଇଁ ଅଳ୍ପ ଦିନ ବାକି ଅଛି । କିନ୍ତୁ ପଂଚାୟତ ଅଫିସରୁ ବିଡିଓ ମହାଶୟ ଓ ସବ୍‌-କଲେକ୍ଟର ମହାଶୟଙ୍କ ନିକଟରେ କୌଣସି ତଥ୍ୟ ପଂହଚିପାରିଲା ନାହିଁ । କାମ ନକରି ମିଥ୍ୟା ବିଲ୍ କିପରି କରାଯାଏ କିଛି ନିର୍ଦ୍ଦିଷ୍ଟ ପଂଚାୟତ ଅଧିକାରୀଙ୍କଠାରୁ ଶିଖିବାର ଅଛି । ଶୁଣିବାକୁ ମିଳୁଛି ଯେ ଲିଙ୍ଗିପୁର ପଂଚାୟତ କାର୍ଯ୍ୟାଳୟରେ ମନଇଛା କାର୍ଯ୍ୟା ଚାଲିଛି । କେଉଁ ଅଧିକାରୀଙ୍କର ଆଦେଶ ବଳରେ ଏକ ନମ୍ବର ୱାର୍ଡ ଦାୟିତ୍ୱରେ ୫ ନମ୍ବର ୱାର୍ଡର ୱାର୍ଡ ମେମ୍ବର ରହିଛନ୍ତି । ଏହି ସମସ୍ତ ବିଷୟରେ ବିଡିଓ(ଗୋଷ୍ଠୀ ଉନ୍ନୟନ) ଅଧିକାରୀଙ୍କ ଠାରୁ ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ ଫୋନ ଉଠାଇଲେ ନାହିଁ ତେଣୁ ଏଥିରୁ ଜଣାପଡୁଛି ଅନିୟମିତତା କରିବା ପାଇଁ କିଛି ଅଧିକାରୀ ମିଳିମିଶି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଏହା ଏକ ରୀତିମତ ମସୁଧା । ସିଡିପିଓଙ୍କୁ କିଏ କେଉଁ ଆଦେଶ ବଳରେ ଅଙ୍ଗନବାଡି ପରିଚାଳିକା (ଲିଙ୍ଗିପୁର) ୫ ନମ୍ବର ୱାର୍ଡର ୱାର୍ଡ ମେମ୍ବର ସହିତ ବ୍ୟାଙ୍କରେ ଆକାଉଂଟ ଖୋଲି ଅଣ୍ଡା, ଛତୁଆ, ଅନ୍ୟାନ୍ୟ ସାମଗ୍ରୀ ହରିଲୁଟ କରୁଥିବା ବିଷୟରେ ଯେଉଁ ଅଭିଯୋଗ ହେଉଛି ତାହାକୁ ଭିଜିଲାନ୍ସ କେବେ ତଦନ୍ତ କରିବ । ଜୈନିକ ୱାର୍ଡ ମେମ୍ବର ଶାରୀରିକ ଅକ୍ଷମ ସାର୍ଟିଫିକେଟର ମିଛ ନକଲ ଦେଇ ପ୍ରତି ମାସରେ ମାସକୁ ମାସ ଭତା ନେଉଛନ୍ତି । ଭତା ନେବା ପାଇଁ ସରକାରଙ୍କର ଯେଉଁ ଗାଇଡ ଲାଇନ୍ ଅଛି ତାହା ସେ ପୂରଣ କରୁନାହାଁନ୍ତି । ଏହିଭଳି ଚାଲିଛି ୧ ନମ୍ବର ୱାର୍ଡ ମେମ୍ବର ମରିଗଲା ପରେ । ୧ ନମ୍ବର ୱାର୍ଡ ମେମ୍ବର ମରିଗଲା ପରେ ତା ପାଖରେ ଥିବା ୨ ନମ୍ବର ୱାର୍ଡ ମେମ୍ବର ଦାୟିତ୍ୱରେ ରହିବା କଥା ସେ ମଧ୍ୟ ନ୍ୟାୟାବ ସରପଂଚ ଅଟନ୍ତି । କାହା ସ୍ୱାର୍ଥରେ ୫ ନମ୍ବର ୱାର୍ଡ ମେମ୍ବରଙ୍କୁ ଏବଂ କାହା ନିର୍ଦ୍ଦେଶରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ଯାହା ଅନୁସନ୍ଧାନ ସାପେକ୍ଷ । ବର୍ତମାନ ଲିଙ୍ଗିପୁର ପଂଚାୟତ କାର୍ଯ୍ୟାଳୟରେ କେଉଁ ଅଧିକାରୀ ଫାଇଲ ଚାପି ରଖି ୧ ନମ୍ବର ୱାର୍ଡର ମେମ୍ବରଙ୍କ ମୃତ୍ୟୁ ଘଟଣା ବିଡିଓ ଓ ସବ୍‌-କଲେକ୍ଟରଙ୍କୁ ୧୧ମାସ ହେଲା ଅନ୍ଧାରରେ ରଖି କେଉଁ ସ୍ୱାର୍ଥ ହାସଲ କରିଚାଲିଛନ୍ତି । ଏହି ଘଟଣା ଗୁଡିକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବିଡିଓ ସବୁ ଜାଣି ନୀରବ କାହିଁକି? ବିଡିଓ ଓ ସବ୍‌-କଲେକ୍ଟର ଏହି ସମସ୍ତ ଘଟଣାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ସୁପାରିଶ କରିବେ କି? ତଦ୍ୱାରା ସମସ୍ତ ରହସ୍ୟ ଉନ୍ମୋଚନ ହେବା ସହିତ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କେବେ ବୋଲି ଗ୍ରାମବାସୀମାନେ ପିଡିଓ ଓ ସବ୍‌-କଲେକ୍ଟରକୁ ପ୍ରଶ୍ନ କରିଛନ୍ତି । ତୁରନ୍ତ ଭିଜିଲାନ୍ସ ତଦନ୍ତ ଦାବି ଓ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତେ ଆଶାବାଦୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ