ପଂଚାୟତ ବିଜେଡି ମିଶ୍ରଣ ପର୍ବ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଂଚାୟତ ବିଜେଡିର ଏକ ବୃହତ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଯୁବ ବିଜେଡି ସମ୍ପାଦକ ଗଜେନ୍ଦ୍ର ଦାସ ଓ ପଂଚାୟତ ଯୁବ ବିଜେଡି ସଭାପତି ସୁରଥ ଦାସଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ପ୍ରୟାସ କାନ୍ତି ସାମଲ ଯୋଗଦେଇଥିଲେ। ଏହି ଅବସରରେ ବରାହନୁଆପଡା, ମଣିନାଥପୁର, ଚାଙ୍ଗୁଆ ଓ ବାହାଣିଆ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦ରୁ ଅଧିକ ଅନ୍ୟଦଳର କର୍ମୀ ବିଜେଡି ଦଳରେ ସାମିଲ ହୋଇଥିବା ବେଳେ ରାଜ୍ୟ ସମ୍ପାଦକ ଶ୍ରୀ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମ ରେ ବିଜେଡି ନେତା ଅରବିନ୍ଦ ନାୟକ, ପ୍ରଫୁଲ୍ଲ ନାୟକ, ବିଦ୍ୟାଧର ଜେନା, ନରହରି ମହାନ୍ତି, ଉତ୍କଳ କେଶରୀ ମହାନ୍ତି, ପରମାନନ୍ଦ ନାୟକ, ଲଳିତ ରାଉତ, ଦେବେନ୍ଦ୍ର ଦାସ, ନାଗେଶ୍ୱର ବେହେରା, ସରୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


