ପଞ୍ଚାୟତ ହାଇସ୍କୁଲରେ ବିଜୁ ଜୟନ୍ତୀ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ୧୦୫ ତମ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ସେକ୍ ଜଲାଲଉଦ୍ଦୀନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ, ମୁଖ୍ୟ ବକ୍ତା ଭାବେ ବ୍ଲକ ଓଷ୍ଟା ସଂପାଦକ ଶଶୀ ଶେଖର କରଶର୍ମା, ସମ୍ମାନୀତ ଅତିଥି ଭାବେ ଶାଳବଣି ଡିଗ୍ରୀ ମହାବିଦ୍ୟାୟର ଅଧ୍ୟକ୍ଷ ନରହରି ଜେନା, ଶିକ୍ଷାବିତ୍ ସୁଧାଂଶୁ ଶେଖର ମହାନ୍ତି, ସମାଜସେବୀ ପଦ୍ମନାଭ ଦାସ, ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ ଯୋଗ ଦେଇ ବିଜୁ ବାବୁଙ୍କ ମହନୀୟତା ଓ ବୀରତ୍ୱର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ ସାହୁ, ମହେଶ୍ୱର ମାଝୀ, ସୁରେନ୍ଦ୍ର ସେଠୀ, ଅଶୋକ ଘଡେଇ, ହରେକୃଷ୍ଣ ଜେନା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ