ପଞ୍ଚୁକ ବ୍ରତ ଉପଲକ୍ଷେ ୧୦୦୮ ଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ପୁଣ୍ୟ ତଥା ପବିତ୍ର କାର୍ତ୍ତିକ ମାସ ଅବସରରେ ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ କାର୍ତ୍ତିକ ମାସ ଆରମ୍ଭରୁ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତ ଓ ହବିଷ୍ୟାଳିଙ୍କ ପ୍ରବଳ ଗହଳ ଚହଳ ଲାଗି ରହୁଛି, ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରବଳ ଭକ୍ତଙ୍କ ସମାଗମ ହେଉଥିବା ଲକ୍ଷ୍ୟ କରାଯାଉଛି l ଏହି ଅବସରରେ ଗୁରୁବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଥିବା ଯୋଗୁଁ ଭକ୍ତଙ୍କ ଗହଳି ହେଉଛି, ଏହି ପରିପ୍ରେକ୍ଷୀରେ ପଞ୍ଚୁକର ପ୍ରଥମ ଦିନ ସନ୍ଧ୍ୟାରେ ସ୍ଥାନୀୟ ଗାୟତ୍ରୀ ପରିବାର ତରଫରୁ ୧୦୦୮ ଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ଗାୟତ୍ରୀ ପରିବାର ସମେତ ବହୁ ଭକ୍ତ ଦୀପ ପ୍ରଜ୍ଜଳନ କରିଥିଲେ l ଦ୍ୱିତୀୟ ଦିନ ଶୁକ୍ରବାରରେ ସ୍ଥାନୀୟ ସତ୍ୟ ସାଇ ସେବା ସମିତି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବା ବେଳେ ତୃତୀୟ ଦିନ ଶନିବାରରେ ଠାକୁର ଅନୁକୂଳ ଚନ୍ଦ୍ର ସ୍ଥାନୀୟ ଶାଖା ତରଫରୁ ଗୁରୁ ଭାଇ ଓ ମା ‘ ମାନଙ୍କ ଦ୍ୱାରା ସତସଙ୍ଗ କାର୍ଯ୍ୟକ୍ରମ, ଚତୁର୍ଥ ଦିନ ରବିବାରରେ ପ୍ରଜାପିତା ବ୍ରହ୍ମାକୁମାରୀ ସ୍ଥାନୀୟ ଶାଖା ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଞ୍ଚୁକର ଶେଷ ତଥା ପଞ୍ଚମ ଦିନରେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ହେବାର ଟ୍ରଷ୍ଟ ବୋର୍ଡ ତରଫରୁ ଟ୍ରଷ୍ଟ ମୁଖ୍ୟ ଟି. ଶ୍ରୀନିବାସ ରାଓ ଓ ସଦସ୍ୟ ମଧୁ ସୂଦନ ଦାସ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ