ପଞ୍ଚୁଗୋଛିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ପାତ୍ର ଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ପାତ୍ରଙ୍କ ୮୦ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ସ୍ବର୍ଗତ ପାତ୍ର ୧୯୮୪ରୁ ୮୯ପର୍ଯ୍ୟନ୍ତ ନିଜେ ସରପଞ୍ଚ ଥିବାବେଳେ ୨୦୦୨ରେ ନିଜ ଧର୍ମପତ୍ନୀ ଜାନକୀ ପାତ୍ରଙ୍କୁ ସରପଞ୍ଚ ଭାବେ ବିଜୟୀ କରାଇଥିଲେ। ସେ ପଞ୍ଚୁଗୋଛିଆ ପଞ୍ଚାୟତ ପାଇଁ ବିକାଶର ସ୍ବପ୍ନ ଦେଖିବା ସହିତ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଦିଗରେ ଅନେକ କାର୍ଯ୍ୟ କରିଥିଲେ। ସେ ମୁଗୁପୁର ଠାରେ ଏକଡାକ୍ତରଖାନା ଓ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିବା ସହିତ ପନ୍ଚୁଗୋଛିଆ ରେ ଏକ ବ୍ୟାଙ୍କ ପ୍ରତିଷ୍ଠା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ଜ୍ଞାନୀ ଗୁଣି ବ୍ୟକ୍ତି ଭାବେ ସମଗ୍ର ବ୍ଲକରେ ପରିଚିତ ଥିଲେ। ଆଜି ସକାଳେ ସେ ଭୁବନେଶ୍ୱର ଯିବାକୁ ଥିବାବେଳେ ଗତକାଲି ରାତି ୩ଟା ବେଳେ ତାଙ୍କର ହୃଦଘାତରେ ପରୋଲକ ଘଟିଥିଲା। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସରପଞ୍ଚ ଦିନେଶ କୁମାର ସେଠୀ, ସୁକାନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ସାହୁ, ପ୍ରତାପ କୁମାର ସେଠୀ, ଅନନ୍ତ ପ୍ରସାଦ ସେଠି, ଅସିତ କୁମାର ଜେନା, ନାରାୟଣ କର, ଜନାର୍ଦନ ସାହୁ, କୃଷ୍ଣଚନ୍ଦ୍ର ଓଝା, ସୁମନ୍ତ କୁମାର ସାହୁ, ଅଭିମନ୍ୟୁ ନାୟକ, ବଟକୃଷ୍ଣ ସେଠୀ, ଅଞ୍ଜନ କୁମାର ଦାସ, ରାଜୀବ ଲୋଚନ ଦାସ, ସୁଧାଂଶୁ ଶେଖର ନାୟକ, ଚନ୍ଦନ କୁମାର ମହଲା, ଆନନ୍ଦ ଚନ୍ଦ୍ର ଜେନା, ରମେଶ କୁମାର ସାହୁ, ବିଦ୍ୟାଧର ବରାଳ, ବସନ୍ତ କୁମାର ଜେନା, ଅଜୟ ଜେନା, ନିହାର ରଂଜନ ସେଠି, ବିଶ୍ୱନାଥ ଦାସ, କୁଶ ପୋଥାଳ, ଅମୁଲ୍ୟ ଓଝା, କୃଷ୍ଣଚନ୍ଦ୍ର କର, ବସନ୍ତ କୁମାର ପଣ୍ଡା, ନରେନ୍ଦ୍ର କୁମାର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଥିଲେ। ତାଙ୍କ ପରଲୋକରେ ସମଗ୍ର ପଞ୍ଚାୟତ ରେ ଶୋକ ର ଛାୟା ଖେଳିଯାଇଛି। ସକାଳ ୧୦ଟା ବେଳେ ତାଙ୍କ ମରଶରୀରକୁ ପଞ୍ଚାୟତ ପରିକ୍ରମା କରିବା ସମୟରେ ବିଭିନ୍ନ ଗ୍ରାମ ଓ ସାହି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦିଆ ଯାଇଥିଲା। ମୁଗୁପୁର ବାଳିକା ହାଇସ୍କୁଲରେ ପ୍ରଧାନଶିକ୍ଷକ ହଳଧର ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ରାସ୍ତାରେ ଧାଡ଼ି ରେ ଠିଆହୋଇ ସେହି ସ୍କୁଲର ପ୍ରତିଷ୍ଠାତା ଙ୍କୁ ପୁଷ୍ପମାଲ୍ୟ ଦେଇ ଶେଷ ସମ୍ମାନ ଜଣାଇଥିବା ବେଳେ ମୁଗୁପୁର ହାଇସ୍କୁଲରେ ପ୍ରଧାନଶିକ୍ଷକ ବିଜୟ କୁମାର ଷେଣ୍ଢଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିପରି ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ଦିନେଶ ସେଠୀ, ଜିଆର ଏସ ରାଜୀବ ଲୋଚନ ଦାସ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୁଅ ଦିଲିପ ପାତ୍ର ମୁଖାଗ୍ନି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ