ପଣସପୁଟ କୁ ଗଡ଼ିଲା ବସ
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ମାଲକାନଗିରି ରୁ ସ୍ୱାଭିମାନ ଅଞ୍ଚଳ ପନସପୁଟ କୁ ଗଡ଼ିଲା ବସ। ଆଜି ସକାଳୁ ସଂସଦ ରମେଶ ମାଝୀ ଓ ବିଧାୟକ ପୁର୍ନବାକା ବାଲିମେଳା ରେ ଉଦ୍ଘାଟନ କରିବା ପରେ ବସ ଟି ପନସପୁଟ ଅଭିମୁଖେ ବାହାରିଛି। ଦିନେ ଅଞ୍ଚଳବାସୀ ପଣସ ପୁଟ ଯିବାପାଇଁ ଅନେକ ଅସୁବିଧା ସମ୍ମୁଖିନ ହେଉଥିଲେ।5t ସଚିବ vk ପାଣ୍ଡିଆନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା କରିବାକୁ ଆସିଥିଲେ,ଏହି ସମୟରେ ସ୍ୱାଭିମାନଞ୍ଚଳ ବାସୀ ଏକ ସରକାରୀ ବାସ ପଣସପୁଟ ଯାଏଁ ଦାବି କରିଥିଲେ ଏବଂ ପାଣ୍ଡିୟାନ ଙ୍କ ପ୍ରତିଶ୍ରୁତିର ୧୦ ଦିନ ମଧ୍ୟରେ ଗଡ଼ିଛି ବସ ।ଗତ ୨୮ ରେ vk ପାଣ୍ଡିଆନ ଙ୍କ ସହ ସ୍ୱାଭିମାନ ଅଞ୍ଚଳ ବାସୀ ଆସି ସାକ୍ଷାତ କରି bus ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। vk ପାଣ୍ଡିଆନ ୧୦ଦିନ ମଧ୍ୟରେ bus ସେବା ଯୋଗାଇ ଦେବେବୋଲି ପ୍ରତିଶୃତି ଦେଇଥିଲେ ।ଯାହା ଆଜି ସକାଳୁ ମାଲକାନଗିରି ରୁ ପନସପୁଟ କୁ ସେବା ଆରମ୍ଭ ହୋଇଛି। ପଣସପୁଟ ଯାଏ ବାସ ଗଡ଼ିବା ଆରମ୍ବ ହୋଇଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି


