ସ୍ତ୍ରୀକୁ ହତ୍ୟା ଉଦ୍ୟମ କରି ସ୍ୱାମୀ ଗିରଫ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନିଜ ସ୍ତ୍ରୀକୁ ମରଣାନ୍ତକ ଅକ୍ରମଣ କରି ହତ୍ୟା ଉଦ୍ୟମ କରିବା ମାମଲାରେ ଆଜି ଗାଙ୍ଗପୁର ପୋଲିସ୍ ତାରସିଂ ଥାନା ଅନ୍ତର୍ଗତ ଗରୁଡପଥର ପଥର ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ତାରସିଂ ଥାନା ଅନ୍ତର୍ଗତ ଗରୁଡପଥର ପଥର ଗ୍ରାମର ମିଟୁ ଗୌଡ଼ (୩୯) ଆଠ ବର୍ଷ ତଳେ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ଗ୍ରାମର ସଂଯୁକ୍ତା ଗୌଡ଼ଙ୍କ ଝିଅ ଜୟନ୍ତୀ ଗୌଡ଼ଙ୍କୁ ବିବାହ କରିଥିଲା I ବିବାହାର କିଛି ଦିନପରେ ମିଟୁ ଅଧିକ ଯୌତୁକ ଦାବିରେ ଜୟନ୍ତୀ ଉପରେ ଅତ୍ୟାଚାର ଆରମ୍ଭ କରିଥିଲା I ଏପରିକି ଜୟନ୍ତୀଙ୍କ ଚରିତ୍ର ଉପରେ ସନ୍ଦେହ କରି ବାହୁ ସମୟରେ ଜୟନ୍ତୀଙ୍କୁ ମାରଧର ମଧ୍ୟ କରୁଥିଲା I ମିଟୁର ଅତ୍ୟାଚାର ଅସହ୍ୟ ହେବାରୁ ଜୟନ୍ତୀ ପାଇଲିପଡ଼ାରେ ରହୁଥିବା ନିଜ ମାଆ ସଂଯୁକ୍ତା ପାଖକୁ ଚାଲି ଆସିଥିଲା I ଆଜି ମିଟୁ ପାଇଲିପଡ଼ା ଆସି ଜୟନ୍ତୀ ଏବଂ ଜୟନ୍ତୀଙ୍କ ମାଆଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଏକ କାତିରେ ଜୟନ୍ତୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜୟନ୍ତୀଙ୍କୁ ମାରି ଦେବାକୁ ଚେଷ୍ଟା କରିଥିଲା I କାତି ପ୍ରହାରରେ ଜୟନ୍ତୀଙ୍କ ବେକ, ପିଟି ଏବଂ ଅଣ୍ଟାରେ ଆଘାତ ଲାଗିଥିବା ଜଣାପଡ଼ିଛି I ଏହି ସମୟରେ ଜୟନ୍ତୀଙ୍କ ମାଆ ସଂଯୁକ୍ତା ଜୟନ୍ତୀଙ୍କୁ ବଞ୍ଚାଇବାକୁ ଆସିବାରୁ ସେ ମଧ୍ୟ ମିଟୁର ଆକ୍ରମଣର ଶିକାର ହୋଇଥିଲେ I ମିଟୁର ଆକ୍ରମଣରେ ସଂଯୁକ୍ତାଙ୍କର ମୁଣ୍ଡ ଫାଟି ଯାଇଥିଲା I ଏନେଇ ଜୟନ୍ତୀ ଗାଙ୍ଗପୁର ଥାନାରେ ଅଭିଯୋଗ କରିବାପରେ କେଶ୍ ନମ୍ବର୍ ୨୨୯/୨୩ ରେ ଏକ ମାମଲା ରୁଜୁ କରାଯାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ମିଟୁକୁ ଗିରଫ କରିଥିଲା I ମିଟୁ ଗିରଫ ହେବା ପରେ ତା’କୁ ଆସିକା କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ଜୟନ୍ତୀଙ୍କର ଏକ ସାତ ବର୍ଷର ପୁଅଟିଏ ଅଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ