ଜଳିଗଲା ୨ ବଖରା ବାସଗୃହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବତୀ ଉଦ୍ଧାର

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ କୈଠଡା ପଞ୍ଚାୟତ ଦୁଆର ଗାଁ ରେ ବୁଧବାର ଅପରାହ୍ନ ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଭାଗିରଥି ନାଇକ ଙ୍କ ୨ ବଖରା ବାସଗୃହ ସମ୍ପୂର୍ଣ୍ଣ ଜଳି ଯାଇଛି।ଘର ହାଣ୍ଡିଶାଳ ରେ କିରୋସିନ ଡିବିରିବତୀ ଲଗାଇ ଭାତ ବାଢୁଥିବା ଭାଗିରଥି ଙ୍କ ଯୁବତୀ ଝିଅ ମିଲି ଓରଫ ମାମୁନି ନାଇକ ଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା। ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାସହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଲି ଙ୍କୁ ଉଦ୍ଧାର କରି ପ୍ରଥମେ ବମକୋଇ ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ