ପନିପରିବା ଚାଷ ପାଇଁ ପ୍ରଶିକ୍ଷଣ ଶିବିର

ଭଣ୍ଡାରିପୋଖରୀ ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ କୃଷି କାର୍ଯ୍ୟାଳୟ ବୈଠକ ଗୃହ ଠାରେ ଉଦ୍ୟାନ ବିଭାଗ ପକ୍ଷରୁ ଶଙ୍କର ଜାତୀୟ ପନିପରିବା ଚାଷ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିଜୟ କୁମାର ମାହୁନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଉର୍ମିଳା ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ର ବିଶେଷଜ୍ଞ ଡ. ଅରବିନ୍ଦ ଦାସ, ମଣ୍ଟୁ ଚୌଧୁରୀ, ବ୍ଲକ କୃଷି ଅଧିକାରୀ ଶ୍ରୀଧର ଦାସ ପ୍ରମୁଖ ଯୋଗଦେଇ ପନିପରିବା ଚାଷ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ମିଶନ ଶକ୍ତିର ୨୦ଜଣ ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଲିପ୍ତା ପାଣି, ଚିତ୍ତରଞ୍ଜନ ମଲ୍ଲିକ, ସୋନାଲି ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଗିରିଧାରୀ ଜେନା ଜ୍ୟୋତିଶଙ୍କର ପଣ୍ଡା, ପ୍ରଭାକର ପାତ୍ର ଓ ଅନ୍ୟକର୍ମଚାରୀମାନେ ପରିଚାଳନା କରିଥିଲେ । ପ୍ରଶିକ୍ଷଣ ପରେ ସମସ୍ତ ମହିଳାଙ୍କୁ ଶଙ୍କର ଜାତୀୟ ବିଭିନ୍ନ ପନିପରିବା ମଞ୍ଜି ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ