ପବିତ୍ର କାର୍ତ୍ତିକମାସ ଉପଲକ୍ଷେ ଜଗନ୍ନାଥ ମନ୍ଦିରରେ ପ୍ରବଚନ

(ଯୁଗାବ୍ଦ ନ୍ୟୁଜ) ପବିତ୍ର ମାସ ଉପଲକ୍ଷେ ସ୍ଥାନୀୟ ବିଜିପୁର ଜଗନ୍ନାଥ ମନ୍ଦିରରେ ୧୦୮ ତୁଳସୀ ଅର୍ପଣ ଏବଂ ୧୦୮ ଆରତୀ ପରେ ଭଗବତ ପାଠ କରାଯାଇଥିଲା । ଭକ୍ତ ମାନଙ୍କ ଭଜନ କୀର୍ତ୍ତନ ପରିବେଶଣ କରିଥିଲେ ।ପ୍ରବକ୍ତା ଶିକ୍ଷାବିତ ଦେବୀ ପ୍ରସାଦସାହୁ,ମାନସର କେଉଟ ଚରିତ୍ର ବିଶଦ ଭାବରେ ବର୍ଣ୍ଣନା କରି କହିଥିଲେ କେଉଟ ପୂର୍ବ ଜନ୍ମରେ କଇଁଚ ରୂପ ଧରି ପ୍ରଭୁ କ୍ଷୀର ସମୁଦ୍ର ରେ ଶୟନ କରିଥିବା ବେଳେ ପ୍ରଭୁଙ୍କ ପାଦ କୁ ଛୁଇଁବା ପାଇଁ ଦିବା ସମୟରେ ମହାଲକ୍ଷ୍‌ମୀ ତାଙ୍କୁ ଦୂରକୁ ଫୋପାଡି ଦେଇଥିଲେ । ଏହି ଜନ୍ମରେ ସେ କେଉଟ ରୂପ ଧରି ଶ୍ରୀରାମଙ୍କ ପାଦ ଧୋଇବାରେ ସମ୍ପୂର୍ଣ୍ଣ ସୁଯୋଗ ପାଇଥିଲେ ।ତେଣୁ କେବେ ମଧ୍ୟ ଛୋଟ ଭାବି କାହାକୁ ଘୃଣା କରିବା ଉଚିତ ନୁହେଁ,ସମୟ ଆସିଲେ ସେହି ଛୋଟ ବ୍ୟକ୍ତି ବହୁତ କାମରେ ଆସେ , ଏହି କାର୍ଯ୍ୟକ୍ରମରେ ଶହଦେବ ପାତ୍ର,ପ୍ରୋମଦ ଦାସ, ଭଜରାମ ପ୍ରଧାନ, ମାଧବ ଜେନା,ରଘୁନାଥ ପାତ୍ର, ପ୍ରଫୁଲ୍ଲ ପଟ୍ଟନାୟକ ଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ