ପରିବେଶ କ୍ଷେତ୍ରରେ ଭାରତ ଓ ଭୂଟାନ ସହଯୋଗ ବୁଝାମଣା
ନୂଆଦିଲ୍ଲୀ : ପରିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଭାରତ ଓ ଭୂଟାନ ସରକାରଙ୍କ ମଧ୍ୟରେ ମୁଝାମଣାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଏହି ବୁଝାମଣା ଉଭୟ ଦେଶ ମଧ୍ୟରେ ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦ ପରିଚାଳନା କ୍ଷେତ୍ରରେ ଦୃଢ ଓ ଦୀର୍ଘସୂତ୍ରୀ ସହଯୋଗ ସ୍ଥାପନରେ ସହାୟକ ହେବ । ଉଭୟ ଦେଶର ଆଗ୍ରହ ଓ ଆବଶ୍ୟକତା ଅନୁଯାୟୀ ନିମ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ବୁଝାମଣା ହେବ, ବାୟୁ, ବର୍ଜ୍ୟବସ୍ତୁ, ରାସାୟନିକ ପରିଚାଳନା, ଜଳବାୟୁ ପରିବର୍ତ୍ତନ, ଉଭୟ ଦେଶଙ୍କ ସହମତି ଅନୁଯାୟୀ ଅନ୍ୟ ଯେ କୌଣସି ବିଷୟ ଏହି ବୁଝାମଣା ସ୍ଵାକ୍ଷରିତ ତାରିଖଠାରୁ ୧୦ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଉଭୟ ପକ୍ଷର ସରକାରୀ ଓ ଗବେଷଣା ପ୍ରତିଷ୍ଠାନ ଏବଂ ବେସରକାରୀ ସଂସ୍ଥାମାନଙ୍କୁ ପରସ୍ପର ସହଯୋଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରାଯିବ । ଏହି ବୁଝାମଣା ଫଳରେ ଦୁଇ ଦେଶ ମଧ୍ୟରେ ଗବେଷଣା ଲବ୍ଧ ଜ୍ଞାନ, ଅନୁଭୂତି ଓ ଉତ୍ତମ କାର୍ଯ୍ୟଶୈଳୀର ଆଦାନପ୍ରଦାନ ଘଟିବ ଯାହାକି ଦୀର୍ଘସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରିବା ଲାଗି ସହାୟକ ହେବ ।


