ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଆଞ୍ଚଳିକ ବିକାଶ ପରିଷଦ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ବିଶ୍ୱ ପରିବେଶ ଦିବସ ସାରା ବିଶ୍ୱରେ ପାଳିତ ହେଉଥିବା ବେଳେ ଉଜୁଡ଼ି ଯାଉଥିବା ପରିବେଶକୁ ସଜାଡ଼ିବା ଏବଂ ତାହାକୁ ସୁସ୍ଥ ରଖିବା ପାଇଁ ଅଣ୍ଟା ଭିଡ଼ିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଆଞ୍ଚଳିକ ବିକାଶ ପରିଷଦ । ସଂଗଠନ ପକ୍ଷରୁ ଆଜି ଆୟୋଜନ କରାଯାଇଥିବା ପରିବେଶ ଦିବସରେ ଉଜୁଡ଼ି ଯାଉଥିବା ଏବଂ ଅସୁସ୍ଥ ପରିବେଶକୁ ନେଇ ଚିନ୍ତାପ୍ରକଟ କରିଥିଲେ । ପରିଷଦ ପକ୍ଷରୁ ଏକ ସଚେତନତା ରାଲି ନାଥପୁରଠାରୁ ଆରମ୍ଭ ହୋଇ ଗଙ୍ଗୁଆ ନଦୀବନ୍ଧ ପର୍ଯ୍ୟନ୍ତ ଯାଇଥିଲା । ସଂଗଠନର ସଦସ୍ୟ ଏବଂ ଛାତ୍ରଛାତ୍ରୀମାନେ ସଚେତନତାର ବାର୍ତ୍ତା ଥିବା ପ୍ଲାକାର୍ଡ଼ ଧରି ନୂଆଗାଁ ପେଟ୍ରୋଲ ଟାଙ୍କି ନିକଟସ୍ଥ ଜାତୀୟ ରାଜପଥ କଡ଼ରେ ଠିଆ ହୋଇ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହାପରେ ଗଙ୍ଗୁଆ ନଦୀବନ୍ଧ କଡ଼ରେ ବୃକ୍ଷରୋପଣ କରାଯାଇଥିଲା ଏବଂ ସେଠାରେ ପରିବେଶକୁ ନେଇ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ ସ୍ଥାନୀୟ ନେତୃବୃନ୍ଦ ବିରଂଚି ନାରାୟଣ ମହାସୁପକାର, ସୁବାସ ସୁନ୍ଦର ରାୟ, କ୍ଷୀରୋଦ ପ୍ରଧାନ, ପ୍ରକାଶ ସାହୁ, ପରିବେଶବିତ୍ ସୁଶାନ୍ତ ସାହୁ, ପ୍ରକୃତିପ୍ରେମୀ ଦୀନବନ୍ଧୁ ଭୋଇ, ସଂଗଠନର କର୍ମକର୍ତ୍ତା ବୃନ୍ଦାବନ ସାହୁ, ଅକ୍ଷୟ ସ୍ୱାଇଁ, ଅରୁଣ ପୁରୋହିତ, ପ୍ରଶାନ୍ତ ମିଶ୍ର, ଲକ୍ଷ୍ମୀଧର ପ୍ରଧାନ, ସାମ୍ବାଦିକ ଚନ୍ଦ୍ରକାନ୍ତ ନନ୍ଦ, ଗଗନ ଭୋଇ ଏବଂ ଅନ୍ୟମାନେ । ଏହି ଅବସରରେ ପ୍ରକୃତି ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ପରିଷଦ ପକ୍ଷରୁ ପୂର୍ବରୁ ଉକ୍ତ ଅଞ୍ଚଳରେ ବର୍ଷସାରା ବିଭିନ୍ନ ସମୟରେ ଏବଂ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇ ତାହାର ଯତ୍ନ ନିଆଯାଉଛି ।


