ମୋହନା ହରିଜନ ସାହିର ଜଣେ ବ୍ୟକ୍ତିଙ୍କ ବାରିପଟୁ କ୍ଷତାକ୍ତ ମୃତ ହରିଣକୁ ଉଦ୍ଧାର କଲା ବନ ବିଭାଗ

ମୋହନା, (ଅଂଶୁମାନ ପଣ୍ଡା) :-ଜଣେ ବ୍ୟକ୍ତିଙ୍କ ବାରିପଟୁ କ୍ଷତାକ୍ତ ଅବସ୍ଥାରେ ମୃତ ହରିଣକୁ ଉଦ୍ଧାର କରିଛି ବନ ବିଭାଗ । ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ନିକଟସ୍ଥ ଜଙ୍ଗଲରୁ ଏକ ହରିଣ ମୋହନା ଗ୍ରାମ କୁ ପଶିଥିଲା ଏଵଂ ନିଜ ପ୍ରାଣ ବଞ୍ଚାଇବା ପାଇଁ ଗ୍ରାମ ଭିତରକୁ ଦୌଡ଼ିବା ବେଳେ କିଛି ଲୋକ ଙ୍କୁ ଧକ୍କା ଦେଇ ହରିଜନ ସାହିରେ ପଶି ଆସିଥିଲା । ଲୋକେ ତାକୁ ଗୋଡେଇବାରୁ ଭୟରେ ହାରିଣଟି ସାହିର ବିଶ୍ୱନାଥ ଚୌଧୁରୀଙ୍କ ଘର ବାରି ପଟେ ପଶି ଯାଇଥିଲା । ଖାଵର ପାଇ ବନ ବିଭାଗ ପହଂଚି ମୃତ କ୍ଷତାକ୍ତ ଅବସ୍ଥାରେ ମାଈ ହରିଣକୁ ଉଦ୍ଧାର କରିଛି । ହରିଣକୁ ଆକ୍ରମଣ କରି ମାରି ଦିଆଯାଇଥିବା ସନ୍ଦେହ କରାଯାଇଛି । ବନ ବିଭାଗ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଯେଉଁ ବ୍ୟକ୍ତିଙ୍କ ଘର ବାରି ପଟୁ ହରିଣର ମୃତ ଦେହ ଉଦ୍ଧାର ହୋଇଛି, ସେହି ଘର ମାଲିକଙ୍କୁ ଅଟକ ରଖି ପଚରା ଉଚର କରାଯାଉଛି । ଯଦି ହାରିଣକୁ ମାରିଦିଆଯାଇଥିବା ପ୍ରମାଣିତ ହୁଏ ତେବେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରାଯିବ ବୋଲି ଡିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି । ବ୍ଲକ ଭେଟେନାରି ଅଫିସର, ମୋହନା ବିରେଞ୍ଚି ନାରାୟଣ ମିଶ୍ର ଶବ ବ୍ୟବଛେଦ କରି କହିଛନ୍ତି ହରିଣ ଟିର ମୁଣ୍ଡ ରେ ଶକ୍ତ ଆଘାତ ଲାଗିବାରୁ ମୃତ ହୋଇଛି ଅନ୍ୟପଟେ ବନ ବିଭାଗ ଅଧିକାରି ଉପସ୍ଥିତ ରେ ହରିଣ ଟିକୁ ପୁତୀ ଦିଆଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ