ଇଣ୍ଟରନ୍ୟାସନାଲ ଗୀତା ମିଶନକୁ ‘ପ୍ରକୃତିବନ୍ଧୁ’ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଶିଷ୍ଟି ସମାଜ ସଂସ୍କାରକ ରାଷ୍ଟ୍ରୀୟ ସନ୍ଥ ପଦ୍ମଶ୍ରୀ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ ଗୀତା ମିଶନ ବ୍ୟାପକ ବୃକ୍ଷରୋପଣ ଓ ସଂରକ୍ଷଣ ଦିଗରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଅଛି । ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶା ସରକାର ଗୀତା ମିଶନକୁ ‘ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ କରା ଯାଇଛି । ମିଶନର ସଭାପତି ଡଃ ସ୍ୱାମୀ ଚିଦାନନ୍ଦ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମାଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ପ୍ରକାଶଯୋଗ୍ୟ ଯେ, ଇଣ୍ଟର ନ୍ୟାସନାଲ ଗୀତା ମିଶନ ‘ଦାରୁବ୍ରହ୍ମବନ ପ୍ରକଳ୍ପ’ ନାମରେ ଏକଲକ୍ଷ ଚାରା ରୋପଣ ଓ ସଂରକ୍ଷଣର ଲକ୍ଷ୍ୟ ନେଇ ୩୫,୦୦୦ ଚାରା ରୋପଣ କରିପାରିଥିଲେ । ପୂଣ୍ୟ ତୋୟା ଚିତ୍ରୋତ୍ପଳା ନଦୀ ଓ ପ୍ରାଚୀ ନଦୀର ଉଭୟ ପାଶ୍ୱର୍ରେ ସମସ୍ତ ମଠ, ମନ୍ଦିର, ମହାବିଦ୍ୟାଳୟ ଆଦିର ପରିସରରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଥିଲା । ଚଳିତବର୍ଷ ୭୦,୦୦୦ ଚାରା ରୋପଣ ଓ ସଂରକ୍ଷଣ ପାଇଁ ମିଶନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଅଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଜୈବ ବିବିଧତା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ସୁଶାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଓଡ଼ିଶାର ୩୦ଟି ଜିଲ୍ଲାରୁ ୨୦୦ ଅନୁଷ୍ଠାନକୁ ସରକାରଙ୍କ ତରଫରୁ ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ