ପରିସ୍ଥିତି ଦେଖି ରଥଯାତ୍ରା ନିଷ୍ପତ୍ତି ନିଆଯିବ

ଭୁବନେଶ୍ୱର: ଶ୍ରୀଜୀଉଙ୍କ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବାପରେ ଆଜିଠୁ ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି ସକାଳ ୮ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ରଥ ନିର୍ମାଣ କାର୍ୟ୍ୟ ଚାଲିବ ବୋଲି ସୂଚନା ମିଳିଛି । ରଥ କାମ ନେଇ ତିନି ରଥର ମୁଖ୍ୟ ବିଶ୍ୱକର୍ମା ମହାରାଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ବୈଠକରେ କିପରି ସୁରୁଖୁରୁରେ ରଥ ନିର୍ମାଣ କରାଯିବ ସେନେଇ ଆଲୋଚନା ହୋଇଛି । ଏଥି ସହିତ ରଥ ନିର୍ମାଣ ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସର୍ତ୍ତମୂଳକ ଅନୁମତିକୁ ଅନୁପାଳନ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି ।
ତେବେ ପରିସ୍ଥିତି ଦେଖି ରଥଯାତ୍ରା ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେ କହିଛନ୍ତି ଯେ, ରଥ ନିର୍ମାଣ ଆରମ୍ଭ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । ନିର୍ମାଣ ପ୍ରସ୍ତାବ ପରେ କେନ୍ଦ୍ର ସରକାରଙ୍କ ଠାରୁ ପରାମର୍ଶ ଲୋଡ଼ାଯାଇଥିଲା । ଅନୁମତି ମିଳିବା ପରେ ରଥ କାମ ଆରମ୍ଭ ହୋଇଛି । ଲକଡାଉନ ହଟିବା ପରେ ପରିସ୍ଥିତିକୁ ଦେଖି ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ଅନ୍ୟପକ୍ଷରେ ରଥ ନିର୍ମାଣ ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଲକଡାଉନ କଟକଣା କଡ଼ାକଡ଼ି କାର୍ଯ୍ୟକାରୀ ସମେତ ରଥଖଳାରେ ଧାର୍ମିକ ସମାବେଶ ନ କରିବାକୁ କୁହାଯାଇଛି । ରଥନିର୍ମାଣ କାର୍ଯ୍ୟ ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାରିକୁ ସେଠାକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ନିର୍ମାଣ କାର୍ଯ୍ୟ ସମୟରେ ମହାରଣା ଏବଂ ମାସ୍କ ଭୋଇ ସେବକମାନେ ମୁହଁରେ ମାସ୍କ କିମ୍ବା ଗାମୁଛା ବାନ୍ଧିବେ । ସାମାଜିକ ଦୂରତ୍ୱ କଟକଣା ପାଳନ କରାଯିବ । ରଥଯାତ୍ରା ସମ୍ପର୍କରେ ସେତେବେଳର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ମତ ଦେଇଛି । ତେଣୁ ଆଜିଠାରୁ ରଥଖଳାରେ ନିର୍ମାଣ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ