ପରୀକୁ ନ୍ୟାୟ ଦାବୀରେ ଗଜପତି ବିଜେପି ପକ୍ଷରୁ ଶୋଭାଯାତ୍ରା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପରୀକୁ ନ୍ୟାୟ ଦାବୀରେ ଜିଲ୍ଲା ଭାଜପା ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଏକ ବିରାଟ ପ୍ରତିବାଦ ଓ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ କର୍ମୀ ନୂଆବସ୍‌ଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ସେଠାରେଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ନେତା ଓ କର୍ମୀ ମାନେ ଦଳୀୟ ପତାକା ଓ ରାଜ୍ୟ ସରକାର ବିରୋଧି ବିଭିନ୍ନ ପ୍ଲାକାର୍ଡ ମାନ ଧରି ରାଜ୍ୟ ସରକାର ବିରୋଧି ବିଭିନ୍ନ ସ୍ଲୋଗାନମାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରୀକୁ ନ୍ୟାୟ ଦେବା ସହ ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ଏବଂ ପରୀ ମାମଲା ସିବିଆଇକୁ ଦିଆଯାଉ ବୋଲି ବିଧାୟକ ଶ୍ରୀ ରାଓ ଦାବୀ କରିଥିଲେ । ସେହିପରି ଓଡିଶାରେ ଏହିଭଳି ୫୩ଶହରୁ ଉର୍ଦ୍ଧ ଶିଶୁ ବିଭିନ୍ନ ଅପଘଟଣର ଶିକାର ହେଉଛନ୍ତି ଏ ନେଇ ଥାନାରେ ଲିଖିତ ଅଭିଯୋଗହେଲେ ମଧ୍ୟ କୌଣସି ଗୋଟିଏ ହେଲେ ନ୍ୟାୟ ମିଳିନାହିଁ । ପରୀ ଘଟଣାର ନ୍ୟାୟ ପାଇଁ ବିଧାନ ସଭାରେ ପ୍ରଶ୍ନ ଆଲୋଚନା କରାଯାଇଥିଲେ ମଧ୍ୟ ଏହାକୁ ଏଡାଇବାପାଇଁ ୪୦ଦିନ ଧରି ଚାଲିବାକୁ ଥିବା ଅଧିବେଶନରୁ ମାତ୍ର ୧୦ ଦିନ ମଧ୍ୟରେ ସରକାର ବନ୍ଦ କରିଦେଇଥିଲେ ବୋଲି ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଘଣ୍ଟ ଘୋଡାଉଥିବା ଜିଲ୍ଲା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି । ପରୀକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରୀ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ଜମିଦାର ପଟ୍ଟନାୟକ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍‌. ସୀମାଦ୍ରୀ, ଗୋଷାଣୀ ବ୍ଲକ ଅଧ୍ୟକ୍ଷା ସି.ଏଚ୍‌. ତାରିକେଶ୍ୱରୀ, ବରିଷ୍ଠନେତା ଶିଦ୍ଧେଶ୍ୱର ମିଶ୍ର, ଜଗନ୍ନାଥ ମହାପାତ୍ର, ଶ୍ୟାମ ପାଣିଗ୍ରାହୀ, ଅରୁଣୀମା ସାହୁ, ଏମ୍‌.ଯୁବରାଜ, ଚିତ୍ତରଂଜନ ପଣ୍ଡା ପ୍ରମୁଖଙ୍କ ସହ ବହୁ କର୍ମୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ