ପର୍ଶୁରାମ ଗୁରୁକୁଳରେ ଛାତ୍ରୀ ଙ୍କ ଆତ୍ମରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ସେବକପୁର ସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସମ୍ପାଦକ ବାଳକୃଷ୍ଣ ବାଣୁଆ ରାୟ ଯୋଗଦେଇ ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ l ଅଧ୍ୟକ୍ଷ ଶଶିକାନ୍ତ ମହାପାତ୍ର ଛାତ୍ରୀ ମାନଙ୍କୁ ସାମ୍ପ୍ରତିକ ସମସ୍ୟାରୁ ନିଜକୁ କିପରି ସୁରକ୍ଷା କରିପାରିବେ ସେ ନେଇ ପରାମର୍ଶ ଦେଇଥିଲେ l ନୀତୁ ଜେନା ଓ ମେଘା ବେହେରା ପ୍ରଶିକ୍ଷଣ ଦେଇଥିବା ବେଳେ ସଂଯୋଜକ ରଶ୍ମିତା ସିଂ ପରିଚାଳନା କରିଥିଲେ l


