ପର୍ସ ଚୋରି ରୋକିବ ୱାଲେଟ୍ ବଟ୍
ଅଧିକାଂଶ ସମୟରେ ପର୍ସ ଚୋରି ଘଟଣା ଶୁଣିବାକୁ ମିଳିଥାଏ । ଯେତେ ସତର୍କତାର ସହ ରଖିଲେ ମଧ୍ୟ ବସ୍ କିମ୍ବା ଟ୍ରେନ୍ରେ ଯାତ୍ରା କଲାବେଳେ ପକେଟ୍ମାର୍ ହୋଇଯାଏ । ଏଭଳି ସ୍ଥିତିରେ ମୁଣ୍ଡ ଆଉଁଶି ଘରକୁ ଫେରିବା ବ୍ୟତୀତ ଅନ୍ୟ କିଛି ଉପାୟ ନଥାଏ । କିନ୍ତୁ ଏଣିକି ଆଉ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କାରଣ ବଜାରକୁ ଏକ ପର୍ସ ଆସୁଛି, ଯାହା ହଜିବା ମାତ୍ରକେ ଆପଣଙ୍କ ଫୋନ୍କୁ ନୋଟିଫିକେସନ୍ ପଠାଇଦେବ, ତା’ସହ ଆଲାର୍ମ ମଧ୍ୟ ବାଜିଉଠିବ । ୱିକନ୍ ଟେକ୍ନୋଲୋଜି ମାଧ୍ୟମରେ ପ୍ରସ୍ତୁତ ଏହି ପର୍ସର ନାମ ରହିଛି “ୱାଲେଟ୍ ବଟ୍’ । ଏହି ପର୍ସ କୌଣସି କାରଣରୁ ବ୍ୟକ୍ତି ପାଖରୁ ଚୋରି ହେଲେ ମୋବାଇଲ୍କୁ ନୋଟିଫିକେସନ୍ ପଠାଇଦିଏ । ଯଦି ମୋବାଇଲ୍ ସାଥୀରେ ଆଣିବାକୁ ଭୁଲିଯାଉଥାନ୍ତି, ତେବେ ପର୍ସ ଭିତରେ ଥିବା ଆଲାର୍ମ ଆପଣଙ୍କୁ ସତର୍କ କରାଇଦେବ । ଏହି ପର୍ସ ଆଣ୍ଟି ଥେପ୍ଟ, ଆଣ୍ଟିି ଲଷ୍ଟ୍, ବ୍ଲୁଟୁଥ୍, ଟ୍ରାକିଂ ସିଷ୍ଟମ୍ ଏବଂ ପାୱାର୍ ବ୍ୟାଙ୍କ୍ ସହ ସଂଯୁକ୍ତ । ଏଥିରେ ୩୦୦୦ ଏମ୍ଏଏଚ୍ କ୍ଷମତାର ପାୱାର୍ ରହିଛି । ଏଥିରେ ପ୍ରଦତ୍ତ ବଟନ୍ ଦ୍ୱାରା ମୋବାଇଲ୍କୁ ସେଲ୍ଫି ମଧ୍ୟ ପଠାଇପାରିବେ । ପର୍ସର କଭର୍ ଚମଡ଼ାର ଥିବା ବେଳେ ଏଥିରେ ଫାଷ୍ଟ୍ ·ର୍ଜିଂର ସପୋର୍ଟ ଦିଆଯାଇଛି । ଏହି ଖାସ୍ ପର୍ସକୁ ଏରିଷ୍ଟା ଭଲ୍ଟ ନାମକ କମ୍ପାନୀ ତିଆରି କରିଛି ।


