ଖଣ୍ଡେ ପାନର ଦାମ୍ ୫ ହଜାର
ପାନ ଭାରତୀୟ ସଂସ୍କୃତି ସହିତ ଅତି ନିବିଡ଼ ଭାବେ ଜଡ଼ିତ । ତେବେ ପାନର ଦାମ ୫ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ନିଶ୍ଚିତ । ମହାରାଷ୍ଟ୍ର ଔରଙ୍ଗାବାଦ୍ରେ ରହିଛି ଏଭଳି ଏକ ପାନ ଦୋକାନ । ଏହାର ନାମ ତାରା ପାନ ସେଣ୍ଟର୍ । ଦୋକାନରେ ବିବାହିତା ଯୋଡ଼ାଙ୍କ ପାଇଁ ଏକ ସ୍ୱତନ୍ତ୍ର ପାନ ମିଳିଥାଏ । ଏହାକୁ କୋହିନୂର ପାନ କୁହନ୍ତି । ଏଥିରେ କସ୍ତୁରୀ, କେଶର ଆଦି ସୁଗନ୍ଧିତ ଦ୍ରବ୍ୟ ପଡ଼ିଥାଏ । ଏଥିରେ ବ୍ୟବହୃତ ହେଉଥିବା ଉତ୍ତେଜନା ସୃଷ୍ଟିକାରୀ ଏକ ପ୍ରକାର ତରଳ ପଦାର୍ଥ ପଶ୍ଚିମବଙ୍ଗରୁ ଏଠାକୁ ଆସିଥାଏ ବୋଲି ଦୋକାନ ମାଲିକ ମହମ୍ମଦ୍ ସରଫୁଦ୍ଦୀନ୍ ସିଦ୍ଧିକ୍ କୁହନ୍ତି । ଏଭଳି ପାନର ଦାମ ୫ ହଜାର, ୩ ହଜାର ତଥା ୨ ହଜାର ଟଙ୍କା ରହିଛି । ତେବେ ଏହାକୁ ଅବିବାହିତଙ୍କୁ ଦିଆଯାଇ ନ ଥାଏ ବୋଲି ସେ କୁହନ୍ତି ।


