୫୧ ୟୁନିଟ୍ ରକ୍ତ ସଂଗୃହୀତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ରାଜ୍ୟର ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲିକ୍ଷିତ ହୋଇଛି । ଏହି ଅଭାବ ଜନିତ ପରିସ୍ଥିତିର ଭରଣା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ କରୋନା ଯୋଦ୍ଧା ତଥା ପ୍ରକ୍ତନ ସାମ୍ବାଦିକ ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ୨ୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପ୍ରେସକ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରେସକ୍ଳବ ସମ୍ପାଦକ ଦ୍ୱିତୀକୃଷ୍ଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ବିଡିଓ ସୁବ୍ରତ କୁମାର ଜେନା, ନଗର ବିଜେଡି ସଭାପତି ଭୀମସେନ ବେହେରା, ଭାଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । କିରଣ ପଟ୍ଟନାୟକ, ସଞ୍ଜୟ ପଣ୍ଡା, ପ୍ରଦୀପ ପଣ୍ଡା ପ୍ୟାରୀମୋହନ ପାଢ, ଯୁଧିଷ୍ଟିର ସ୍ୱାଇଁ, କୋରାମଣି ରାଉଳ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ଶିବିରରେ ୫୧ ୟୁନୀଟ୍ ରକ୍ତ ସଂଗୃହୀତ ହୋଇଥିଲା । କାର୍ଯ୍ୟକ୍ରମକୁ ସାମ୍ବାଦିକ ଶେଷଦେବ ସାହୁ, ବିଭୁପ୍ରସାଦ ପଣ୍ଡା, ବିଶ୍ୱମ୍ବର ସାହୁ, ସୁଶାନ୍ତ ପ୍ରଧାନ, ମନୋଜ ସାହୁ, ପବିତ୍ର ପାତ୍ରଙ୍କ ସମେତ ସାମ୍ବାଦିକ ବନ୍ଦୁ ମାନେ ପରିଚାଳନା କରିଥିଲେ । ଜଗନ୍ନାଥ ଭଞ୍ଜ, ସୁରେନ୍ଦ୍ର ନାୟକ, ରିଙ୍କୁ ପଣ୍ଡା, ପ୍ରଶାନ୍ତ ସ୍ୱାଇଁ, ମାନଓ ବେହେରା, ରାକେଶ ସାହୁ, ରଞ୍ଜନ ପ୍ରଧାନ, ପ୍ରତାପ ସାହୁଙ୍କ ସମେତ ବହୁ ବୁଦ୍ଧିଜୀବି ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରେସକ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।


