ପାକିସ୍ତାନରେ ଟମାଟୋ କିଲୋ ୪୦୦
କୌଣସି ନା କୌଣସି କାରଣରୁ ବିବାଦରେ ରହିଯାଇଛି ଆମ ଦେଶର ପଡ଼ୋଶୀ ପାକିସ୍ତାନ । ଏଠାରେ ବିଭିନ୍ନ ଜିନିଷପତ୍ରର ଦରଦାମ୍ ରେକର୍ଡ ଛୁଇଁବାରେ ଲାଗିଛି । ସାଧାରଣ ବିଲାତି ଆଳୁ ବା ଟମାଟୋର ମୂଲ୍ୟ ଏଠାରେ କି.ଗ୍ରା ପିଛା ପହଞ୍ଚିଛି ୪୦୦ ଟଙ୍କାରେ । ପାକିସ୍ତାନରେ ବଢୁଥିବା ପରିବାର ଦାମ ଲୋକଙ୍କୁ କନ୍ଦାଇବାରେ ଲାଗିଛି ସ୍ଥିତି ସମ୍ଭାଳିବାକୁ ପାକିସ୍ତାନ ସରକାର ଇରାନରୁ ଟମାଟୋ ଆମଦାନୀ କରିବାକୁ ଅର୍ଡର ଦେଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଇରାନରୁ ଟମାଟୋ ଆସିନଥିବାରୁ ପାକିସ୍ତାନର ପରିବା ମଣ୍ଡି ମାନଙ୍କରେ ଟମାଟୋ ଏବେ ସର୍ବାଧିକ ଦର ଛୁଇଁଛି । ବିଶେଷ କରି ଚାହିଦା ତୁଳନାରେ ଆମଦାନୀ କମ ପରିମାଣର ଉପଲବ୍ଧ ହୋଇଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ସୋମବାର ଦିନ ଟମାଟୋ କିଲୋପିଛା ମୂଲ୍ୟ ୩୦୦ ଟଙ୍କା ଥିବାବେଳେ ବୁଧବାର ଦିନ ଟମାଟୋ କିଲୋ ପିଛା ୪୦୦ ଟଙ୍କା ଛୁଇଁଛି । ଇରାନରୁ ପାକିସ୍ତାନ ସରକାର ସାଢ଼େ ଚାରି ହଜାର ଟନ ଟମାଟୋ ଆମଦାନୀ କରିବାକୁ ଅର୍ଡ଼ର ଦେଇଥିବାବେଳେ ମାତ୍ର ୯୮୯ ଟନ ଟମାଟୋ ହିଁ ଦେଶରେ ପହଞ୍ଚିପାରିଛି, ଯେଉଁଥିପାଇଁ ମୂଲ୍ୟ କମିବାର ନାମ ଧରୁନାହିଁ ।


