ସିଗାରେଟ ବଦଳାଇଲା ଫୁସ୍ଫୁସ୍ର ରଙ୍ଗ
ଧୂମପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥିଲେ ମଧ୍ୟ ଲୋକମାନେ ବଦଭ୍ୟାସର ଶିକାର ହୋଇ ସିଗାରେଟ୍ ସେବନ କରିଥାଆନ୍ତି । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଜଣେ ବ୍ୟକ୍ତି ଯକ୍ଷ୍ମା, କର୍କଟ, ଫୁସ୍ଫୁସ୍ ଏବଂ କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ନିକଟରେ ଧୂମପାନର ଏକ ଭୟଙ୍କର ଚିତ୍ର ଜିଆଙ୍ଗ୍-ସୁ ସହରସ୍ଥିତ ୟୁକ୍ସି ହସ୍ପିଟାଲ ପକ୍ଷରୁ ଧୂମପାନର କୁପରିଣାମ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ସମ୍ପୃକ୍ତ ଚେନ୍ ସ୍ମୋକରଙ୍କ ଫୁସଫୁସ୍ ଭିଡିଓକୁ ସୋସିଆଲ ମିଡିଆରେ ଅପପ୍ଲାଡ଼ କରାଯାଇଛି । ପ୍ରକାଶ ଯେ, ଜଣେ ୫୨ ବର୍ଷୀୟ ବ୍ୟକ୍ତି ଦୀର୍ଘ ୩୦ବର୍ଷ ଧରି ଲଗାତର ଧୂମପାନ କରିଚାଲିଥିଲେ । ଫୁସ୍ଫୁସରେ ଭୟଙ୍କର ସଂକ୍ରମଣ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ଡାକ୍ତରୀଦଳ ଫୁସ୍ଫୁସର ଏପରି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ।


