ପାଖଉଛି ନିର୍ବାଚନ ଗାଁ ଗାଁରେ ଜମୁଛି ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୦ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ସୁରେନ୍ଦ୍ର କୁମାର ରାଉତଙ୍କ ପାଇଁ ଘର ଘର ବୁଲି ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଛନ୍ତି ଡା. ସମି ସଲିମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଭାବମୂର୍ତ୍ତି, ଦୁର୍ନୀତି ମୁକ୍ତ ଶାସନ ଓ ଜନ କଲ୍ୟାଣକାରୀ ଯୋଜନାକୁ ଆଧାର କରି ପ୍ରାର୍ଥୀଙ୍କ ସପକ୍ଷରେ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟରମାନଙ୍କୁ ନିବେଦନ କରିଥିଲେ ଡା. ସଲିମ । ଏହି ପ୍ରଚାର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା କଲିମ ଖାନ, ସୈଦୁର ରହେମନ, ସେକ ଅସଲମ, ସବୀର ହୁସେନ, ଛାତ୍ର ସମ୍ପାଦକ ଆକ୍ରମ ଖାନ, ଅହମ୍ମଦ ଖାନ, ନାଜିମ ଖାନ, ମଞ୍ଜୁର ଖାନ, ଅଞ୍ଜୁମ ଖାନ, ସେକ ସାନି, ସେକ ଚାନ୍ଦ, ସେକ ସଲାଉଦ୍ଦିନ, ରାଜନଗର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର କର୍ମୀ ସେକ ମେହେବୁବ ଅଲ୍ଲୀ, ଅରୁଣ ଭାଇ, ଅନିରୁଦ୍ଧ ରଣା, କେରଡାଗଡ ବସ୍ତିର ସେକ ମମ୍ମତ, ସେକ କାଲା, ସେକ ଉସମାନ, ସେକ ସାଉଁଟି, ସେକ ରାଜୁ, ସେକ ରହେମତଙ୍କ ସମେତ ବହୁ କର୍ମୀ ପ୍ରଚାରରେ ସାମିଲ ହୋଇଥିଲେ । ଏହି ସଭାକୁ କଲିମ ଖାନ ଆୟୋଜନ କରିଥିବା ବେଳେ ଅକ୍ରମ ଖାନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ