ପାଖେଇ ଆସୁଛି ଋଣ୍ଢା ଠାକୁରାଣୀ ଯାତ୍ରା
(ଯୁଗାବ୍ଦ ନ୍ୟୁଜ )ଋଣ୍ଢା ପଶ୍ଚିମେଶ୍ୱରୀ ଠାକୁରାଣୀ ଯାତ୍ରା ପାଇଁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କିପରି ଶାନ୍ତିପୂର୍ଣ୍ଣ ଭାବେ ଯାତ୍ରା ସମ୍ପନ୍ନ ହେବ ସେଥିପାଇଁ ମନ୍ଦିର କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏବର୍ଷ ନୂତନ ଭାବେ ତିଆରି ହୋଇଥିବା ମାଁ ଙ୍କ ଅସ୍ଥାୟୀ ମନ୍ଦିରରେ ପୂଜା ପାଇବେ ମାଁ ବୁଢି ଠାକୁରାଣୀ । ଚଳିତ ମାସ ୩୦ ରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୪ ତାରିଖ ଯାଏଁ ଏହି ଯାତ୍ରା ଅନୁଷ୍ଠିତ ହେବ । ଏ ବର୍ଷ ମାଁ ଙ୍କୁ ୧୦୮ ଯୋଡି ଶଙ୍ଖରେ ଡାକରା ହୋଇ ଅସ୍ଥାୟୀ ମନ୍ଦିରକୁ ନିଆଯିବ ବୋଲି ସଭାପତି ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।


