ପାଟପୁର କଲେଜରେ ସଭାପତି ହେଲେ ଚନ୍ଦନ, ଜଗନ୍ନାଥ-ସମ୍ପାଦକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜ ଛାତ୍ର ସଂସଦ ସଭାପତି ଭାବେ ଚନ୍ଦନ ପୁରୋହିତ ତାଙ୍କ ପ୍ରତିପକ୍ଷ ପ୍ରାର୍ଥି ଙ୍କୁ ୫୨ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଛନ୍ତି।ଉପସଭାପତି ଭାବେ କ୍ରୀଷ୍ଣା ସ୍ବାଇଁ ୪୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।ସାଧାରଣ ସମ୍ପାଦକ ଭାବେ ଜଗନ୍ନାଥ ନାହାକ ୪୩ ଭୋଟ ରେ ବିଜୟୀ ହୋଇଛନ୍ତି।କ୍ରୀଡା ସମ୍ପାଦକ ଭାବେ ଚନ୍ଦନ ବେହେରା ୬୦ ଭୋଟ ରେ ବିଜୟୀ ହୋଇଛନ୍ତି।ନାଟ୍ୟ ସଂସଦ ସମ୍ପାଦକ ଭାବେ ସାଇନାଥ ରାଉତ ତାଙ୍କ ପ୍ରତିପକ୍ଷ ପ୍ରାର୍ଥିି ଙ୍କ ଠାରୁ ଅଧିକ ୪୨ ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଥିବା କଲେଜ ଅଧ୍ୟକ୍ଷ ଅଶ୍ଵିନୀ କୁମାର ରଥ ଏବଂ ନିର୍ବାଚନ କମିଟି ଆବାହକ ତଥା ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଜଣାଇଛନ୍ତି।ଅପରପକ୍ଷରେ ସମସ୍ତ ବିଜୟୀ ପ୍ରାର୍ଥି ଛାତ୍ର ବିଜୁଜନତା ଦଳ ସମର୍ଥିତ ବୋଲି ଯୁବ ବିଜେଡ଼ି କାର୍ଯ୍ୟକର୍ତ୍ତା ଯୋଗେନ୍ଦ୍ର ସ୍ବାଇଁ, ସୁନୀଲ ଗୌଡ଼,ଅରକ୍ଷିତ ରାଉତ ଜଣାଇଛନ୍ତି।ନବନିର୍ବାଚିତ ଛାତ୍ର ପ୍ରତିନିଧି ବୃନ୍ଦ କଲେଜ ପରିସର ରୁ ଶୋଭାଯାତ୍ରା ରେ ବାହାରି ପାଟପୁର ଗ୍ରାମ ପରିକ୍ରମା କରିଥିଲେ।


