ପାଣିରେ ଶହ ଶହ ଚାଷ ଜମି, ଫସଲହାନି ଆଶଙ୍କାରେ ଚାଷୀ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବାତ୍ୟା ବୁଲବୁଲର ପ୍ରଭାବରେ ବନ୍ତ ବ୍ଳକର ଶହ ଶହ ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଥିବା ବେଳେ ଫସଲହାନି ଆଶଙ୍କାରେ ଚାଷୀ ମାନେ ରହିଛନ୍ତି । ଗତ ଶୁକ୍ରବାର ଠାରୁ ବର୍ଷା ଆରମ୍ଭ ହେବା ପରେ ରାତି ଠାରୁ ପବନର ବେଗ ବୃଦ୍ଧି ହୋଇଥିଲା । ଏହାର ପ୍ରଭାବ ଶନିବାର ଦେଖିବାକୁ ମିଳିଛି । ବ୍ଲକର ଶହ ଶହ ଏକର ଚାଷୀ ଜମିରେ ଧାନଗଛ ଗୁଡିକ ପାଣିରେ ପଡିଯାଇଥିବାର ଦେଖାଯାଇଛି । କେତେକ ଜମିରେ ଧାନ ଗଛ ଗୁଡିକ ଫୁଲ ଖେଳାଉଥିବା ବେଳେ ପବନରେ ନଷ୍ଟ ହୋଇଥିବା ଦେଖାଯାଇଛି । ତେବେ ପାଣିରେ ବୁଡି ଥିବା ଧାନ ଗଛ ଗୁଡିକ ନଷ୍ଟ ହେବାର ଅଶଙ୍କା ପ୍ରକାଶ ପାଇଛି । ସେହିପରି ଫୁଲ ଖେଳାଉଥିବା ଧାନ କେଣ୍ଡା ଗୁଡିକ ପବନ ମାଡରେ ଅଗାଡି ହୋଇଥିବା ଆଶଙ୍କା ରହିଛି । ବାତ୍ୟାର କ୍ଷୟକ୍ଷତି ସଂପର୍କରେ ଉଭୟ ତହସିଲ ଓ କୃଷି ବିଭାଗର କର୍ମଚାରୀ ମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ସୋମବାର ସୁଦ୍ଧା କ୍ଷୟକ୍ଷତି ସଂପର୍କରେ ଚୁଡାନ୍ତ ରିପୋର୍ଟ ମିଳିବ ବୋଲି ଜଣାଯାଇଛି । ଅପରପକ୍ଷେ ବର୍ଷକର ଖୋରାକକୁ ନିଜ ଆଖିସାମନାରେ ନଷ୍ଟ ହେଉଥିବା ଦେଖି ଚାଷୀ କୂଳ ମୁଣ୍ଡରେ ହାତ ଦେଇଛି । ତେବେ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ପ୍ରଦାନ କରିିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ