ପାନୀୟ ଜଳ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତ ଅନ୍ତର୍ଗତ ଗିରାମଣ୍ଡଳସାହି ଗ୍ରାମ ନିବାସୀ ଜଳକଷ୍ଟ ଭୋଗୁଥିବାକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ଆଜି ଗିରାମଣ୍ଡଳ ସାହି ଗ୍ରାମବାସୀ ତଥା ମିହଳା ପୁରୁଷ ଏକତ୍ରିତ ହୋଇ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଏକ ସୌରଚାଳିତ ନଳକୂପ ସ୍ଥାପନ ନିମନ୍ତେ ନିବେଦନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, ଗ୍ରାମରେ ୪୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳ ପାଇଁ କେବଳ ଝରଣା ପାଣି ହିଁ ଭରସା । ଗ୍ରୀଷ୍ମ ଦିନେ ଏହି ଝରଣା ଶୁଖି ଗଲେ ନାନାଦି ଅସୁବିଧାର ସମସ୍ୟା ହେଉଛି । କେତେବେଳେ ଚୁଆଁ ଖୋଳି ପାଣି ଆଣୁଛୁ ତ ପାଣି ପାଇଁ ବହୁ ଦୂରକୁ ଯିବାକୁ ପଡୁଛି ବୋଲି ଜଣାଇଛନ୍ତି । ତେଣୁ ଗ୍ରାମରେ ସୌରଚାଳିତ ନଳକୂପ ସ୍ଥାପନ କଲେ ବହୁ ଉପକୃତ ହେବା ସହ ପାଣି ମୁନ୍ଦାଏ ମିଳିବ ବୋଲି ଗ୍ରାମର ମାନୁଏଲ ମଣ୍ଡଳ, ଜୁନାଥ ଗମାଙ୍ଗ, ଜାଡିଆ ଗମାଙ୍ଗ, ଇସ୍ରାଏଲ ମଣ୍ଡଳ, ଜଇନୋ ମଣ୍ଡଳ, ଲାକିଆ ମଣ୍ଡଳ ପ୍ରମୁଖ ନିବେଦନ କରିଛନ୍ତି ।


