ପାରଳାରେ ଅବସରପ୍ରାପ୍ତ ସେନାକର୍ମଚାରୀଙ୍କ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବସରପ୍ରାପ୍ତ ସେନାକର୍ମଚାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ମୁଖ୍ୟତଃ ଜିଲ୍ଲା ସୌନିକ ବୋର୍ଡ, ସିଏସ୍ଡି କ୍ୟାଣ୍ଟିନ ବ୍ୟବସ୍ଥା, ଇସିଏଚ୍ଏସ୍ ହସ୍ପିଟାଲ ନିର୍ମାଣ ଆଦି ଉପରେ ଆଲୋଚନା ହୋଇଥିଲା । ଏହା ସହ ଏହି ଅବସରପ୍ରାପ୍ତ ସେନାକର୍ମଚାରୀଙ୍କୁ ପୂର୍ବତନ ଜିଲ୍ଲାପାଳ ଅନୁପମ ସାହା ଏହି ସବୁର ନିର୍ମାଣ ପାଇଁ ଜାଗା ଦେଇଥିଲେ ମଧ୍ୟ ଉକ୍ତ ଜାଗାକୁ କେହି ଅକ୍ତିଆର କରିନେଇଥିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ସବୁ ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଚେଷ୍ଟା ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀପଣ୍ଡା ଆଲୋଚନା ବେଳେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କ୍ୟାପଟନ ତଥା ଜିଲ୍ଲା ଅବସରପ୍ରାପ୍ତ ସେନାକର୍ମଚାରୀ ସଂଘର ସଭାପତି ମଲ୍ଲିକାର୍ଜୁନ ପଟ୍ଟନାୟକ, ସମ୍ପାଦକ ଅରଖିତ ପାତ୍ର, ଭବାନୀ ଶଙ୍କର ଆଚାର୍ଯ୍ୟ, ପ୍ରସାଦ ସାମଲ, ଏସି ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିବା ବେଳେ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଓ ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।


