ପାରଳାରେ ଆକାଂକ୍ଷା ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଆକାଂକ୍ଷା ମହିଳା ସଂଗଠନ ଓ ଉତ୍କଳ ହିତୈଷିଣୀ ସମାଜର ମିଳିତ ଆନୁକୂଲ୍ୟରେ ଗୁରୁଗୌରବ ଗୌର ଚନ୍ଦ୍ର ପଣ୍ଡାଙ୍କ ସଭାତିତ୍ୱରେ ଉତ୍କଳ ହିତୈଷିଣୀ ସଭାଗୃହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ସମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ ଯୋଗେଦେଇ କହିଥିଲେ ଯେ ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ମାନଙ୍କୁ ବିଭିନ୍ନ ମାନସିକ ଓ ଶାରିରୀକ ହ୍‌ଂସାର ଅଧିକାର ପାଇଁ ପ୍ରତିବାଦ କରିବାକୁ ପଡିବ । ଏହି ସଭାରେ ସମ୍ମାନିତ ଅତିଥି ଉପାନ୍ତ ପ୍ରହରୀ ପୂଣ୍ଣ ର୍ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଆନ୍ତର୍ଜାତିକ ମହିଳା ଦିବସ ପାଳନର ବହୁ ପୂର୍ବରୁ ଅର୍ଥାତ ୧୮୩୦ ମସିହାରୁ ହିଁ ଗଜପତି ଜିଲ୍ଲାର ମହିଳା ମାନେ ଇରେଜ ଶାସନ ବିରୋଧରେ ଲଢି ନାରୀ ସଶକ୍ତିକରଣର ଇତିହାସ ରଚି ଯାଇଛନ୍ତି । ସେ ନାରୀ ସମ୍ମାନ ଓ ଅଧିକାର ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟ ବକ୍ତା ଅତିରିକ୍ତ ତହସିଲଦାର ସ୍ୱାଗତିକା ଦାସ, ମହିଳାଙ୍କ ବିଭିନ୍ନ ରୂପ ସହ ମହିଳା ମାନଙ୍କୁ ନିଜର ସୁରକ୍ଷା ଓ ଅଧିକାର ସମ୍ପର୍କରେ ବୁଝାଇଥିଲେ । ଆକାଂକ୍ଷାର କାର୍ଯ୍ୟକାରିଣୀ ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ ଅତୀତର ସଶକ୍ତ ମହିଳାଙ୍କ ଉଦାହରଣ ଦେଇ କହିଥିଲେ ଯେ ସଂଗଠନ ହିଁ ଶକ୍ତି । ଆଉ ଆକାଂକ୍ଷାର ସଂଗଠନକୁ ସୁଦୃଢ କରିବା ନିମନ୍ତେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି । ସ୍ୱାଗତ ଭାଷଣ ମାଧ୍ୟମରେ ଡ. କଲ୍ୟାଣୀ ମିଶ୍ର ସଶକ୍ତ ମହିଳାଙ୍କ ଶକ୍ତି ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇ କରୋନା ମହାମାରୀ ସମୟରେ ଆକାଂକ୍ଷା ସଂଗଠନର ସଦସ୍ୟ ତଥା ଅନ୍ୟାନ୍ୟ କରୋନା ଯୋଦ୍ଧାଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଆକାଂକ୍ଷାର ସମ୍ପାଦିକା ମୀନା କୁମାରୀ ଟହଲ ସଂଗଠନର ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ୱର୍ଣ୍ଣ ପ୍ରଭା ଅତିଥି ଆବାହନ ପୂର୍ବକ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ସୁକାନ୍ତି ପାଢୀ ଅତିଥି ପରିଚୟ ଦେଇଥିଲେ । ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉପାନ୍ତ ପ୍ରହରୀ ଶ୍ରୀ ମହାପାତ୍ରଙ୍କ ତତ୍ତ୍ୱାବଧାନ ଓ ସଂପାଦନାରେ ଅନୁଷ୍ଠାନର ସ୍ମରଣିକା “ଆକାଂକ୍ଷା” ଉନ୍ମଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମମତା ପାଢୀ, ରଶ୍ମିତା ପାଢୀଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଜୟ କୁମାର ମିଶ୍ର, >.କଲ୍ୟାଣୀ ମିଶ୍ର, ଘନଶ୍ୟାମ ଜେନା, ଭାଗବତ ପାଢୀ, ଗୋପାଳ ଚନ୍ଦ୍ର ଶତପଥୀ, ବାବାଜୀ ବେହେରା, ଶ୍ରଦେବୀ ରଇତ, ଭାଗ୍ୟଲନକ୍ଷ୍ମୀ ନାୟକ ଓ ସଚ୍ଚିଦାନନ୍ଦ ସାମଲଙ୍କୁ ପ୍ରତିଭା ସମ୍ମାନ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ