ପାରଳାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଞ୍ଚର ସଭାପତି ଲକ୍ଷ୍ମୀନୃସିଂହ ରଥଙ୍କ ଅଧ୍ୟକ୍ଷତାରେ ବାର୍ଷିକ ସାଧାରଣ ସଭା ହୋଇଥିଲା । ଏଥିରେ ମୁଖ୍ୟତଃ ସାମାଜିକ ସୁରକ୍ଷା, ବରିଷ୍ଠ ନାଗରିକ ମାନଙ୍କ ଲାଗି ପରିଚୟ ପତ୍ର ପ୍ରଦାନ କରିବା ଲାଗି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ସହ ବରିଷ୍ଠ ନାଗରିକମାନଙ୍କ ବିଭନ୍ନ ସମସ୍ୟା ଗୁଡିକୁ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା । ସେହିପରି ପାରଳା ସହରର ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ତଥା ରେଳଷ୍ଟେସନ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ଓ ସର୍ବାଙ୍ଗିନ ଉନ୍ନତି ପାଇଁ ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ, ଷ୍ଟେଟ ବ୍ୟାଙ୍କରେ ଜୀବନ ପ୍ରମାଣ ଆପ୍ ବ୍ୟବହାର କରାଯିବା ଆଦି ସମ୍ପର୍କେ ଅବଗତ କରାଯିବାପାଇଁ ସ୍ଥିର ହୋଇଥିଲା । ଏହି ବୈଠକରେ ମଞ୍ଚର ସମ୍ପାଦକ ହରିମୋହନ ପଟ୍ଟନାୟକ, ଉପସଭାପତି ରାମଚନ୍ଦ୍ର ପାଢୀ, କୋଷାଧ୍ୟକ୍ଷ ରଘୁନାଥ ମହାରଣା, ସମିକ୍ଷକ ଜଗଦିଶ ଚନ୍ଦ୍ର ମହାପାତ୍ର, ସୁରେଶ ଦାଶ, ଚିତ୍ତରଞ୍ଜନ ମିଶ୍ର, ଲବ ଜେନା, କୌଳୀଚନ୍ଦ୍ର ମହାଙ୍ଗୁଡ ସୁବାଷ ଚନ୍ଦ୍ର ରାଉତ, ଗଣପତି ପ୍ରଧାନ କାମେଶ୍ୱର ବିଶ୍ୱାଳ, ସତ୍ୟବାଦି ପାତ୍ର, ସୂର୍ଯ୍ୟକାନ୍ତ ପଟ୍ଟନାୟକ ପ୍ରମୁଖ ସଭ୍ୟମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ