ପାରଳାରେ ଶବଦାହ ସମସ୍ୟା ସମାଧାନ ନେଇଁ କଂଗ୍ରେସ ତରଫରୁ ପ୍ରଶାସନକୁ ଫେରାଦ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଶବଦାହ ସମୟରେ ଜନ ସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ତାର ତୁରନ୍ତ ସମାଧାନ ନିମନ୍ତେ ପାରଳାଖେମୁଣ୍ଡି ନଗର କଂଗ୍ରେସ ତରଫରୁ ଜିଲ୍ଲା ପ୍ରଶାନସନ ଠାରେ ଫେରାଦ କରାଯାଇଛି । ଏ ନେଇ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଜିଲ୍ଲାପାଳଙ୍କ ଦାୟୀତ୍ୱରେ ଥିବା ପିଡି ଡିଆରଡିଏ ମହେଶ କୁମାର ଚୌଧୁରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଶ୍ରୀପଣ୍ଡା ସୁଚାଇଛନ୍ତି ଯେ,କରୋନା ଓ ବିଭିନ୍ନ କାରଣ ଯୋଗୁଁ ପାରଳାଖେମୁଣ୍ଡି ଅଞ୍ଚଳରେ ଗତ ୨ମାସ ମଧ୍ୟରେ ଅନେକଙ୍କ ମୃତ୍ୟୁ ଘଟିଛି । ଶବଦାହ ପାଇଁ ଏଠାରେ ଗୋବରରେ ତିଆରି ଘଁସି ବ୍ୟବହାର କରାଯାଏ । ତାହା ବର୍ତ୍ତମାନ ସମ୍ପୁର୍ଣ୍ଣ ଭାବେ ଦୁର୍ଲଭ ହୋଇପଡିଛି । ଏଗୁଡିକୁ ତିଆରି କରୁଥିବା ବ୍ୟବସାୟୀମାନେ ବର୍ତ୍ତମାନ ସମ୍ପୁର୍ଣ୍ଣ ଭାବେ ମହଜୁଦ ନ ଥିବା ଜଣାଇଛନ୍ତି । ତେଣୁ ଶବଦାହ ପାଇଁ ବିଶେଷ ସମସ୍ୟା ଦେଖାଦେଇଛି । ଗତ ତିତିଲି ବାତ୍ୟାରେ ଏବଂ ରାସ୍ତା ସଂପ୍ରସାରଣରେ ଭାଙ୍ଗିପଡିଥିବା ଗଛ ଗୁଡିକୁ ତୁରନ୍ତ କଟାଯାଇ ଶବଦାହ କାର୍ଯ୍ୟରେ ବିନିଯୋଗ ପାଇଁ ଲୋକଙ୍କୁ ଯୋଗାଇ ଦିଆଯାଉ । ଗରିବ ଲୋକଙ୍କୁ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ଏହି କାଠ ମାଗଣାରେ ପ୍ରଦାନ କରାଯାଉ । ଅନ୍ୟମାନଙ୍କୁ ସରକାରୀ ଦରରେ ଏହି କାଠ ଯୋଗାଣ କରାଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ