ପାରଳା ଉତ୍କଳ ହିତୈଷିଣୀ ସଭା ଗୃହରେ ଜାତୀୟ ଯୁବ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ ତମ ଜୟନ୍ତୀ ଉପଲକ୍ଷେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ*” ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜିତେନ୍ଦ୍ର ନାଥ ପଟ୍ଟନାୟକ, ବିବେକାନନ୍ଦ ଯୁବ କେନ୍ଦ୍ରର ସଂଯୋଜକ ଶ୍ରୀ ଅର୍ଜ୍ଜୁନ ଜେନା, ପଣ୍ଡିତ କୁମୁଦ ରଞ୍ଜନ ଦାସ ଓ ଅରୂପାଞ୍ଜଳି ମହାନ୍ତି ମଞ୍ଚାସୀନ ହୋଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଯୁବ ସମାଜ ପାଇଁ ସେ ପ୍ରେରଣାର ଉତ୍ସ ବୋଲି ଉପସ୍ଥାପନ କରିଥିଲେ। ପ୍ରାରମ୍ଭିକ ଭାଷଣରେ ଅଧ୍ୟାପିକା ସସ୍ମିତା ଦାସ ବିବେକାନନ୍ଦଙ୍କ ତ୍ୟାଗ ଚିର ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ। ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ନିଜ ବକ୍ତବ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ସରଳ ଜୀବନଯାପନ ଶୈଳୀରେ ଅନୁପ୍ରାଣିତ ହେବା ପାଇଁ ପ୍ରକାଶ କରିଥିଲେ।ପଣ୍ଡିତ କୁମୁଦ ରଞ୍ଜନ ଦାସ ବିବେକାନନ୍ଦଙ୍କ ପରମ ପୂଜ୍ୟ ଗୁରୁ ରାମକୃଷ୍ଣ ପରମହଂସଙ୍କ ଜ୍ଞାନ ଓ ଆଦର୍ଶ ସ୍ୱାମୀ ବିବେକାନନ୍ଦ ଙ୍କୁ ଅଭିଭୂତ କରିଥିବା ପ୍ରକାଶ କରିଥିଲେ। ଏହି ଅବସରରେ ଡ଼. ଜିତେନ୍ଦ୍ରନାଥ ପଟ୍ଟନାୟକ ନିଜ ବକ୍ତବ୍ୟରେ ଯୁବ ସମାଜ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିବା ପାଇଁ ସନ୍ଦେଶ ଦେଇଥିଲେ। ଉପାନ୍ତ ପ୍ରହରୀ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଗସ୍ତ ଓ ସେଠାରେ ପ୍ରଦାନ କରିଥିବା ଅଭିଭାଷଣ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପର୍ଶୁରାମ ଗୁରୁକୁଳ ମହାବିଦ୍ୟାଳୟର ଅଧ୍ୟାପକ ଡ. ଶଶିକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ମନୋଜ କୁମାର ପଟ୍ଟନାୟକ , ବିଷ୍ଣୁ ପଣ୍ଡା, ମୂରଲୀଧର ପରିଚ୍ଛା ଓ ଅରୂପାଞ୍ଜଳି ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ