ପାରଳା ମହିଳା ସ୍ନାତକ କଲେଜ ଯୁବାରେଡ୍କ୍ରସ୍ ପକ୍ଷରୁ ସ୍ୱଚ୍ଛତା ଦିବସ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ଯୁବାରେଡ୍କ୍ରସ୍ ତରଫରୁ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଡ. ରୀନା ସାହୁ ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟର ଚତୁଃପାଶ୍ୱର୍ରେ ଥିବା ଆବର୍ଜନା ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଡ୍କ୍ରସ୍ ଅଧିକାରୀ କୁମାରୀ ମଧୁସ୍ମିତା ପ୍ରଧାନ ଓ ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଛାତ୍ରୀମାନଙ୍କ ସହେଯାଗରେ ସଫେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜେଶ କୁମାର ପାତ୍ର,ଏଲ୍ ଦୁର୍ଯୋଧନ, କୁମାରୀ ରଞ୍ଜିତା ପଟ୍ଟନାୟକ ଓ ଲାଲୀ ଖଡଗରାୟ ସହେଯାଗ କରିଥିଲେ ।


