ପାରଳା ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟା ସଂସ୍କାର ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶିକ୍ଷା ବର୍ଷ ୨୦୨୪-୨୫ ଶୁଭାରମ୍ଭ ଅବସରରେ ପ୍ରଥମ ଦିନ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟରେ ଗାୟତ୍ରୀ ଯଜ୍ଞ ଆୟୋଜନ କରାଯାଇଥୂଲା । ପିଲାମାନେ ଶୁଦ୍ଧବସ୍ତୁ ପରିଧାନ କରି ଫୁଲ, ଧୂପ, ଦୀପ ଧରି ବିଦ୍ୟାଳୟକୁ ଆସିଥିଲେ। ଗାୟତ୍ରୀ ପରିବାରର ଉମାଚରଣ ପଟ୍ଟନାୟକ ତଥା କର୍ମକର୍ତ୍ତା ଦେବୀ ପ୍ରସାଦ ପଟ୍ଟନାୟକ ସହଯୋଗରେ ବିଦ୍ୟାଳୟରେ ଗାୟତ୍ରୀ ହୋମ ଓ ଯଜ୍ଞ ଅନୁଷ୍ଠିତ ହୋଇଥୂଲା ।ଏଥିରେ ବିଦ୍ୟାଳୟର ଗୁରୁମା ପୁଷ୍ପାଞ୍ଜଳି ପଲେଇ ଓ ସରୋଜ ବରାଡ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ବରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା ।


