ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀନରସିଂହ ଚତ୍ରୁଦର୍ଶୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ପବିତ୍ର ଶ୍ରୀନରସିଂହ ଚତ୍ରୁଦର୍ଶୀ ଅଟେ. ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀବଳଭଦ୍ରଙ୍କୁ ଶ୍ରୀନରସିଂହ ଅବତାରରେ ଅଳଙ୍କୃତ କରାଯାଇଛି. ଶ୍ରୀ ନରସିଂହ ଚତ୍ରୁଦର୍ଶୀରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ବେଶ ଭିଡ଼ ଲକ୍ଷ୍ୟ କରାଯାଇଥିଲା. ଭକ୍ତମାନେ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ କରି ଭଗବାନଙ୍କୁ ଅତ୍ୟନ୍ତ ଭକ୍ତିପୂତ ଭାବେ ପୂଜାଚନା କରିଥିଲେ. ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରର ପୂଜକ ସଞ୍ଜୟ ପାଢୀ, ବଳିଆ ପଣ୍ଡା, ସନ୍ତୋଷ ଗନ୍ତାୟତ, ସୀମାଞ୍ଚଳ ପାଢୀ ପ୍ରମୁଖ କହିଛନ୍ତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୀତିନିୟମ ଅନୁଯାଇ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରରେ ସମସ୍ତ ପୂଜା ଵିଧି ପାଳନ କରାଯାଉଛି. ଆଜି ଶ୍ରୀ ନରସିଂହ ଚତୃଦର୍ଶୀ ଅବସରରେ ଶ୍ରୀବଳଭଦ୍ରଙ୍କୁ ନରସିଂହ ଅବତାରରେ ସୁସଜିତ କରି ଯଥା ଵିଧି ଅନୁଯାଇ ପୂଜା ପାଠ କରିବା ସହ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି. ଶ୍ରୀନରସିଂହଙ୍କ ଅତ୍ୟନ୍ତ ପସନ୍ଦଯୋଗ୍ୟ ପଣା ପ୍ରସାଦକୁ ଭୋଗ କରାଯାଇ ଭକ୍ତଙ୍କୁ ପଣା ପ୍ରଦାନ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ