ବନ୍ତ ବ୍ଲକ୍ ଟପ୍ପର୍ ହେଲେ ଆଶାରାଣୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ଅବସରରେ ବନ୍ତ ବ୍ଲକର ୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ୧ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସରମରାସ୍ଥିତ ପୁରୁଷୋତ୍ତମ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାମନ୍ଦିର ଛାତ୍ରୀ ଆଶାରାଣୀ ନାୟକ ୫୬୬ ନମ୍ବର ରଖି ବ୍ଲକ ଟପ୍ପର୍ ହୋଇଛନ୍ତି । ସେହିପରି ଟିଲୋସ୍ଥିତ ମେନକାରାଣୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶିବଦ୍ୱିତୀ ଦାଶ ୫୬୨, କୁଳଦୀପ ଜେନା ୫୬୦, କାଦବରାଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ସତ୍ୟବ୍ରତ ସ୍ୱାଇଁ ୫୬୨, ଆଗରପଡାସ୍ଥିତ କୃଷ୍ଣ ଚରଣ ବିଦ୍ୟାମନ୍ଦିର ଛାତ୍ର ଭବେଶ କୁମାର ପାଣିଗ୍ରାହୀ ୫୫୮, ହିମାଂଶୁ ରାଉତ ୫୪୧, ଗଣିଜାଙ୍ଗସ୍ଥିତ ନେହେରୁ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ସୁଶ୍ରୀ ଅନୀତା ଗିରି ୫୫୪, ଅଣିଜୋସ୍ଥିତ ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାପୀଠର ଛାତ୍ର ସୁଦୀପ୍ତ କୁମାର ସାହୁ ୫୪୮ ନମ୍ବର ରଖିଛନ୍ତି ।


