ପାସେଞ୍ଜର ଅଟୋରୁ ଖସି ଛାତ୍ର ମୃତ୍ୟୁ

ଦିଗପହଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): ଦିଗପହଣ୍ଡି ସହର ପୁଞ୍ଜିକିଆଁ ଛକ ନିକଟରେ ଚିକିଟିି ମୁଖ୍ୟ ରାସ୍ତାରେ ଅବସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନକୁ କାର୍ଯ୍ୟରେ ନିୟୋଜିତ ଥିବା ପାସେଞ୍ଜର  ଅଟୋରୁ ଖସି ଜଣେ ଛାତ୍ରର ମୃତ୍ୟୁ ହୋଇଛି ।  ମୃତ ଛାତ୍ରର ପରିଚୟ କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମର ବୁଲୁ ପ୍ରଧାନଙ୍କ ପୁଅ ଅଜୟ ପ୍ରଧାନ ବୋଲି ଜଣାପଡିଛି । ମୃତ  ଛାତ୍ର ଜଣକ ତିଲେଶ୍ୱର ଗ୍ରାମର ମାମୁଁଘରେ ରହି ପାଠ ନିକଟସ୍ଥ ଘରୋଇ ଶିକ୍ଷାନୁଷ୍ଠାନରେ  ବୋଧରେ  ଅଧୟନ କରୁଥିଲେ । ତେବେ ପାସେଞ୍ଜର ଅଟୋରେ କିଛି  ବଦ୍ୟାର୍ଥୀ ବସି ସ୍କୁଲକୁ ଯାଉଥିବା ସମୟରେ ହଠାତ୍ ଅଜୟ ଅଟୋରୁ ଖସି ପଡି ଗୁରୁତର ଆହାତ ହୋଇଥିଲେ । ରକ୍ତ ଜୁଡୁ ବୁଡୁ  ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ  ଭର୍ତ୍ତିକରିଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ମୃତଦେହକୁ କ୍ଷତିପୁୂରଣ ଦାବୀରେ  ରାସ୍ତାରୋକ କରିବା ସହ ଦିଗପହଣ୍ଡି ମେଡିକାଲରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆଲୋଚନା ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ