ଏନକାଉଣ୍ଟର : ୩ ଆତଙ୍କବାଦୀ ସଫା

ଜାମ୍ମୁ: ଜାମ୍ମୁ –କାଶ୍ମୀରର ପୁଲୱାମା ଜିଲ୍ଲ୍‌ାର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିିବିନିମୟ ହୋଇ ୩ ଆତଙ୍କବାଦୀ ସଫା ହୋଇଛନ୍ତି । ଏଥିସହିତ ସଂପୃକ୍ତ ଅଂଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । ନିହତ ହୋଇଥିବା ଆତଙ୍କବାଦୀ ମାନେ ଗଜୱା ଅଲ ହିନ୍ଦ ସଂଗଠନର ବୋଲି ଜଣାପଡିଛି । ମିଳିଥିôବା ଖବର ଅନୁଯାୟୀ ପୁଲୱାମା ଜିଲ୍ଲାର ତ୍ରାଲ ଅଂଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ଖବର ମିଳିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା ।ଏହୌି ଅପରେସନରେ ଆତଙ୍କବାଦୀ ମାନେ ପ୍ରଥମେ ସେନା ଉପରକୁ ଆକ୍ରମଣ କରିଥିଲେ ଏହା ପରେ ସେନା ତରଫରୁ ମଧ୍ୟ କଡା ଯବାବ ଦିଆଯାଇଥିଲା । ଏଥିରେ ନିହତ ୩ ଆତଙ୍କୀ ହେଲେ ରଫିକ୍ ୱାନୀ, ରାଜା ଉମର ମକବୁଲ ଭଟ ଏବଂ ଉଜୈର ଅମିନ ଭଟ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ