ପାୟଲ ମ୍ୟୁଜିକ ସ୍କୁଲର ସାଂସ୍କୃତିକ କାର୍ଯ୍ୟକ୍ରମ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପାୟଲ ମ୍ୟୁଜିକ ସ୍କୁଲ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ପ୍ରସଂଶିତ ହୋଇଥିବା ଦେଖାଯାଇଛି । ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲଙ୍କ ନିର୍ଦେଶନାରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ମଂଚରେ,ଡେରାବିଶି ମହୋତ୍ସବରେ,ବାଲିପାଟଣା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ,ନାଟ୍ୟକାର ଅନନ୍ତ ଓଝାଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବରେ  ଏବଂ ଇନ୍ଦୁପୁରର ପ୍ରୟାସ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଓଡିଶୀ ନୃତ୍ୟ, ଲୋକନୃତ୍ୟ, ଦଳଗତ ନୃତ୍ୟ, ସଚେତନତା ଧର୍ମୀ ନାଟକ  ଓ  ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରି ଲୋକମାନଙ୍କର ବେଶ ପ୍ରସଂଶା ଭାଜନ ହୋଇପାରିଛି । ଏଥି ସହିତ ଅନୁଷ୍ଠାନ ପକ୍ଷରୁ ପାୟଲ ନାଟ୍ୟ ସଂସଦ ନାମରେ ଏକ ନାଟ୍ୟ ଦଳ ମଧ୍ୟ ଗଠନ କରାଯାଇଛି ।  ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ସବୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନଙ୍କ କଳା  ପ୍ରଦର୍ଶନ କରି ଅନୁଷ୍ଠାନ ପାଇଁ ସୁନାମ ଆଣିଥିବାରୁ  ସମ୍ପାଦକ ଶ୍ରୀ ସାମଲ ସେମାନଙ୍କୁ ବଧାଇ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ