ପ୍ରତିଶ୍ରୃତି ପରେ ଆମରଣ ଅନଶନରୁ ଓହରିଲେ ଦମ୍ପତି
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତର ଓଡପଏଙ୍ଗା ଗ୍ରାମର ପ୍ରହଲ୍ଲାଦ ସାହୁ ଓ ଖୁଲଣା ସାହୁ ଦୀର୍ଘବର୍ଷ ହେବ ଘର ଖଣ୍ଡେ ପାଇଁ ବ୍ଳକ କାର୍ଯ୍ୟାଳୟ ଠାରୁ ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରି ତାଙ୍କୁ ବାସ ଗୃହ ଖଣ୍ଡେ ମିଳିନଥିଲା । ଲିଖିତ ଅଭିଯୋଗ ପରେ ପ୍ରଶାସନ ନଶୁଣିବାରୁ ଦମ୍ପତି ଅନଶନରେ ବସିଥିଲେ । ବିଡିଓ ତାଙ୍କୁ ଘର ପାଇଁ ଲିଖିତ ପ୍ରତିଶୃତି ମଧ୍ୟ ଦେଇଥିଲେ । କିନ୍ତୁ ପ୍ରତିଶୃତିକୁ ଦୀର୍ଘ ୧ ବର୍ଷ ପୁରିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଘର ମିଳିନଥିଲା । ଯାହାଫଳରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସି ରହିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ରଶ୍ମିରେଖା ମଲ୍ଲିକ ଓ ଥାନଧିକାରୀ ପ୍ରଜ୍ଞା ରିତାମ୍ବର କର ଅନଶନସ୍ଥଳକୁ ଯାଇ ତାଲିକାରେ ତାଙ୍କ ନାମ ଆବାସ ଯୋଜନା ତାଲିକାରେ ଅଛି ଘର ଆସିଲେ ପ୍ରଦାନ କରାଯିବ ପାଇଁ କହିଥିଲେ ମଧ୍ୟ ସେମାନେ ଅନଶନରୁ ଓହରି ନଥିଲେ । ୩ ଦିନ ମଧ୍ୟରେ ଘର ପ୍ରଦାନର ନିର୍ଦ୍ଦେଶାନାମା ପ୍ରଦାନ କରା ନଗଲେ ଅନଶନରୁ ଓହରିବେ ନାହିଁ ବୋଲି କହିଥିଲେ । ସଂଧ୍ୟା ସମୟରେ ବିଡିଓ ପୂର୍ଣ୍ଣବାର ଅନଶନ ସ୍ଥଳରେ ପହଁଚି ୭ ଦିନ ମଧ୍ୟରେ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିବା ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ । ବ୍ଲକ ସହାୟକ ଯନ୍ତ୍ରୀ ଇଂ କୈଳାଶ ବେହେରା ଅନଶନକାରୀଙ୍କୁ ଭେଟି ଉକ୍ତ ଲିଖିତ ପ୍ରତିଶୃତି ପତ୍ରକୁ ପ୍ରଦାନ କରିବା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଅନଶନରୁ ଓହରିଥିଲେ । ପ୍ରକାଶ ଯୋଗ୍ୟ ଯେ ପ୍ରହଲ୍ଲାଦ ସାହୁ ଜଣେ ଗୃହ ହିନ ,ଗରିବ,ଦିନ ମଜୁରିଆ ଅଟେ । ୧୯୯୯ ମହାବାତ୍ୟା ରେ ତାଙ୍କର ଗୃହ ସଂପୂନ୍ନ ନଷ୍ଟ ହୋଇଯାଇଥିଲା । ଘର ଖଣ୍ଡେ ପାଇଁ ବାରମ୍ବାର ପ୍ରଶସାନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ତାଙ୍କ କଥା କୁ କନ୍ନପାତ କରି ନଥିଲେ ।


