ପିକ୍ଅପ୍ ଭେନ ଧକ୍କାରେ ଜଣେ ମୃତ ଜଣେ ଗୁରୁତର
ରାଇରଙ୍ଗପୁର (ଅକ୍ଷୟକୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ତାଳଗାଁ ପଞ୍ଚାୟତର ଦୁମାଡିହି ନିକଟସ୍ଥ କ୍ରସର ପାଖ ରାସ୍ତାରେ ରବିବାର ମଧ୍ୟାହ୍ନରେ ଅଜଣା ପିକ୍କପ୍ ମେନ୍ ପଗଟି ଛୁ । ଘଟଣାସ୍ଥଳରେ ବାଇକ୍ ରୁ ଛିଟିକି ପଡ଼ି ଘଟଣାସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ଜଣେ ଗୁରୁତର ଥିବା ଜଣାପଡଛି । ପ୍ରକାଶ ଥାଉକି ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ସିଗ୍ନାଲ ସାହିର କରୁଣାକର ମାଝୀ ଏବଂ ରାଜୀବ ମାହାଲି ଜାମୁଦା ଥାନା ଅନ୍ତର୍ଗତ ମାନବିକ ଗ୍ରାମରୁ ଆଜି ଖରାବେଳେ ରନିଜ ଘର ରାଇରଙ୍ଗପୁରକୁ ଆସୁଥିବା ବେଳେ ରାଇରଙ୍ଗପୁର ଠାରୁ ୯/୧୦କିମି ଦୂର ଦୁମାଡିହି କ୍ରସର ପାଖାପାଖି ଏକ ଅଜଣା ପିକ୍ଅପ୍ ମେନ୍ ପିଟି ଦେଇ ଦୃତ ଗତିରେ ଆସି ପଳାଇଥିଲେ ।ଜାମଦା ଅଗ୍ନିଶମ ବିଭାଗ ଖବର ପାଇ ମୃତ ଓ ଆହତଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ପହଞ୍ଚାଇଥିଲେ । ଡାକ୍ତର କରୁଣାକରଙ୍କୁ ମୃତ ଘୋଷଣା କରିଥିଲେ ।ରାଜୀବ ଙ୍କ ଗୋଡ ଭାଙ୍ଗିଛି ।ଜାମଦା ପୋଲିସ ଏକ ମାମଲା ୨୨/୨୦ ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରି ଦେଇଛି ।


