ପିଜୁଳି ନେଲା ଜୀବନ

ଗ୍ରେଟର ନୋଏଡା : ପିଜୁଳିରେ ଲୁଣ ନ ଲଗାଇବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଗ୍ରେଟର୍‌ ନୋଏଡାରେ ଏଭଳି ଏକ ଘଟଣା ଘଟିଛି। ସାମାନ୍ୟ ପିଜୁଳି ପାଇଁ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କୁ ହତ୍ୟା କରିଛି । ପୋଲିସ୍‌ ଏହି ଘଟଣାର ତଦନ୍ତ କରି ଏହାର ଖୁଲାସା କରିଛି । ମୃତକ ବିପିନ୍‌ର ସାଙ୍ଗ ସଚ୍ଚିନ୍‌କୁ ଗିରଫ ମଧ୍ୟ କରିଛି। ପିଜୁଳିରେ ଲୁଣ ଲଗାଇବାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ ବିବାଦ ଦେଖାଦେଇଥିଲା। ବିବାଦ ଏତେ ଘନେଇଲା ଯେ ଅଭିଯୁକ୍ତ ବନ୍ଧୁ ଜଣକ ଇଟାରେ ପିଟି ପିଟି ସାଙ୍ଗକୁ ମାରିଥିଲେ। ସାଙ୍ଗ ଜଣକ ମରିଯିବା ପରେ ଶବକୁ ଏକ ବ୍ୟାଗ୍‌ରେ ରଖି ଏକ ଗୃହରେ ରଖିଦେଇ ଫେରାର୍‌ ହୋଇଯାଇଥିଲେ ଅଭିଯୁକ୍ତ। ହତ୍ୟାର ୧୭ ଦିନ ପରେ ପୁଲିସ୍‌ ଏହି ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତ ଗିରଫ କରିଛି। ଏହି ଘଟଣାରେ ବ୍ୟବହାର କରାଯାଇଥିବା ଇଟାକୁ ପୋଲିସ୍‌କୁ ଜବତ ମଧ୍ୟ କରିଛି।
ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ୨୭ ତାରିଖରେ ଦନକୌର ଥାନା ଅଞ୍ଚଳର ଏକ ଗୃହରୁ ପୁଲିସ୍‌କୁ ଏକ ବ୍ୟାଗ୍‌ରେ ଶବ ମିଳିଥିଲା। ଏହି ମାମଲାରେ ମୃତକଙ୍କ ପରିଜନ ତଥା ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା। ପୋଲିସ୍‌ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରିଛି। ଜାନୁଆରୀ ୨୪ ତାରିଖରେ ଦୁଇ ବନ୍ଧୁ ମଦ ପିଇବା ସହିତ ଘରେ ଯାଇ ପିଜୁଳି ଖାଇଥିଲେ। ସେହିସମୟରେ ପିଜୁଳିରେ ଲୁଣ ଲଗାଇବାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଅଭିଯୁକ୍ତ ଜଣକ ତାଙ୍କ ବନ୍ଧୁଙ୍କୁ ଇଟାରେ ଛେଚି ମାରିବା ସହିତ ଛୁରୀରେ ମଧ୍ୟ ଆକ୍ରମଣ କରିଥିଲା ବୋଲି ସୂଚନା ରହିଛି। ଏହାପରେ ବନ୍ଧୁର ଶବକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ଘର ଭିତରେ ଏକ ରୁମ୍‌ରେ ବନ୍ଦ କରି ଫେରାର୍‌ ହୋଇଯାଇଥିଲା ଅଭିଯୁକ୍ତ ଜଣକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ