ପିଡିଏସ ସାମଗ୍ରୀ ଆଣିବା ସ୍ଥିତି ପରଖିଲେ ଯୋଗାଣ ଅଧିକାରୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଚକାପାଦ ବ୍ଳକ ଅନ୍ତର୍ଗତ ଚାହାଳି ପଞ୍ଚାୟତର ୮ ଗୋଟି ୱାର୍ଡ଼ର ହିତାଧିକାରୀ ମାନେ ଚାହାଳି ପଞ୍ଚାୟତକୁ ପିଡ଼ିଏସ୍‍ ସାମଗ୍ରୀ ଆଣିବା ପାଇଁ ୮ କିମି ଦୂର ଅତିକ୍ରମ କରି ଆସିବାକୁ ପଡ଼ିଥାଏ। ଏହି ରାସ୍ତା ମଧ୍ୟରେ ଘାଟି, ଜଙ୍ଗଲ ଦେଇ ସେମାନେ ଚାହାଳି ପଞ୍ଚାୟକୁ ଆସିଥାନ୍ତି। ୮ଟି ୱାର୍ଡ଼ର ୨୮୦ ହିତାଧିକାରୀ ଠିକ୍‍ ସମୟରେ କିରୋସିନ, ଚାଉଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିିବା ବେଳେ ଏନେଇ ୮ଟି ୱାର୍ଡ଼ର ହିତାଧିକାରୀମାନେ ବିଡ଼ିଓ ଏବଂ ଯୋଗାଣ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବାରୁ ନିଜେ ଯୋଗାଣ ଅଧିକାରୀ ମଳୟ କୁମାର ମେହେର ଉକ୍ତ ୱାର୍ଡ଼ର ହିତାଧିକାରୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ନିଜେ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏଭଳି ସ୍ଥଳେ ଏହି ୮ଟି ୱାର୍ଡ଼ର ହିତାଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଯେଭଳି ସାମଗ୍ରୀ ପହଞ୍ଚିପାରିବ ସେ ନେଇ ପଦକ୍ଷେପ ନେବାକୁ ରାଗାପାଜୁ, ଜିତାଘାଟି, ଏଜୁକୁପା, ଗସାମାହା, ନିଧିଆ ବେହେରା ଭଳି ୮ଟି ୱାର୍ଡ଼ର ଅଧିବାସୀମାନେ ଦାବି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ