ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏପରିକି ୭ଟି ୱାର୍ଡର ଲୋକମାନେ ଗତ ୨୦୨୨ମସିହାର ନଭମ୍ବର ଓ ଡିସେମ୍ବର ମାସର ଚାଉଳ ଆଜି ପର୍ଯ୍ୟନ୍ତ ପାଇପାରି ନଥିବା ଅଭିଯୋଗ କରିଛନ୍ତି । ଏନେଇ ସରପଞ୍ଚ ବିଡିଓଙ୍କୁ ମଧ୍ୟ ଚିଠିଲେଖି ଜଣାଇଛନ୍ତି । ଏପରିକି ଏହି ପଞ୍ଚାୟତର ୭ଟି ୱାର୍ଡର ଲୋକମାନେ ପିଡିଏସ ସମେଗ୍ରୀ ପାିଁ ନାନା ସମସ୍ୟା ଭୋଗୁଥିବାବେଳେ ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରେସନ ସାମଗ୍ରୀ ବଣ୍ଟନ କରାଇବା ପାଇଁ ବିଧାୟକ ବାରମ୍ବାର ତାଗିଦା କରିଥିଲେବି ବିଧାୟକଙ୍କ ନିଦେ୍ର୍ଦଶକୁ ବେଖାତିର କରାଯାଉଛି । ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତଟି ୧୧ଟି ୱାର୍ଡକୁ ନେଇ ଗଠିତ ହୋଇଥିବାବେଳେ ଏହା ଏକ ଆଦିବାସୀ ବହୁଳ ପଞ୍ଚାୟତ । ଏହି ପଞ୍ଚାୟତକୁ ଗମନା ଗମନର ସେପରି ସୁବିଧା ନାହିଁ । ଏହି ପଞ୍ଚାୟତର ମଲ୍ଲିପସି ଓ ସରମୁଣ୍ଡି ଦୁଇଟି ଗ୍ରାମକୁ ଠାକୁରମୁଣ୍ଡା ବାଟ ଦେଇ ଏକ ଏସ.ଏସ.ଜି ଗ୍ରୁପ ରେସନ ସାମଗ୍ରୀ ନେଇ ବଣ୍ଟନ କରୁଥିବାବେଳେ ଘାଟି ତଳେ ଥିବା ତଅଁଳ ଗ୍ରାମର ଦୁଇଗୋଟି ୱାର୍ଡର ଲୋକମାନେ ତଅଁଳର ଏକ ଏସଏସଜି ଗ୍ରୁପ ପାଖରୁ ରେସନ ସାମଗ୍ରୀ ଉଠାଇଥାନ୍ତି । କିନ୍ତୁ ଘାଟି ଉପରେ ଥିବା ପାଲବଣି, ଜୁଣବାହାଳି, ମୟୁରନଚା, ଭଅଁରା, ରାଇଘାଟ-୧ ଓ ରାଇଘାଟି ୨, କେତକୀ ଆଦି ଗ୍ରାମର ୭ଟି ୱାର୍ଡର ଲୋକମାନେ ତଅଁଳ ଏସଏସଜି ଗ୍ରୁପ କାଣୁ ରେସନ ସାମଗ୍ରୀ ନେଉଥିବାବେଳେ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବିଶେଷକରି ତଅଁଳ ଠାରୁ ପାଲବଣି ଗ୍ରାମର ଦୁରତା ୧୮କିଲୋମିଟର ଦୁର ହୋଇଥିବାରୁ ସମସ୍ତ ଲୋକମାନେ ନିୟମିତ ଆସି ଚାଉଳ ନେଇପାରି ନଥାନ୍ତି । ସେହିପରି ଅନ୍ୟ ଗ୍ରାମ ଗୁଡିକର ଦୁରତା ୬ରୁ ୧୦ କିଲୋମିଟର ଦୁର ହୋଇଥିବାରୁ ଘାଟି ପାର ହୋଇ ଆସି ରେସନ ସାମଗ୍ରୀ ନେବା ଏହି ଲୋକମାନଙ୍କ ପାଇଁ ସହଜ ହୁଏ ନାହିଁ । ଏହି ୭ଟି ୱାର୍ଡରରେ ୭ଶହରୁ ଉର୍ଦ୍ଧ ରେସନକାର୍ଡ ଧାରୀ ଥିବାବେଳେ ଲୋକସଂଖ୍ୟା ୩ହଜାରରୁ ଉର୍ଦ୍ଧ । ୨୫ରୁ ଉର୍ଦ୍ଧ ପରିବାର ରେସନକାର୍ଡରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ୧୫ମାସ ହେଲା ୬୬୭ଜଣ ସଦସ୍ୟଙ୍କୁ ବିଭିନ୍ନ କାର୍ଡରେ ଯୋଗ କରିବା ପାଇଁ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ କାଗଜପତ୍ର ଦିଆଯାଇଥିଲେବି ଆଜି ପର୍ଯ୍ୟନ୍ତ ମାତ୍ର ୧୧ଜଣ ସଦସ୍ୟଙ୍କୁ ଯୋଗ କରାଯାଇ ପାରିଛି । ସେହିପରି ଏହି ୭ଟି ୱାର୍ଡର ଲୋକମାନେ ଗତ୨୦୨୨ ନଭେମ୍ବର ଓ ଡିସେମ୍ବର ଦୁଇ ମାସର ରେସନ ଚାଉଳ ପାଇନଥିବାବେଳେ ବାରମ୍ବାର ରିଟେଲର ପାଖକୁ ଦୌଡି ଦୌଡି ନୟାନ୍ତ ହୋଇ ଗଲେଣି । କିନ୍ତୁ ଚାଉଳ କୁଆଡେ ଗଲା କେହି କହିପାରୁ ନାହାନ୍ତି । ଏହି ୭ଟି ୱାର୍ଡର ଲୋକମାନଙ୍କୁ ସହଜରେ ରେସନ ସାମଗ୍ରୀ ଯୋଗାଇ ଦେବାନେଇ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବାରମ୍ବାର ପଞ୍ଚାୟତ ସମତି ବୈଠକରେ ଉଠାଇଥିବାବେଳେ ଯୋଗାଣ ଅଧିକାରୀ ଆଗାମି ମାସକ ମଧ୍ୟରେ ସବୁ ଠିକ ହୋଇଯିବ ବୋଲି କହୁଥିଲେବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏପରିକି ଉକ୍ତ ପଞ୍ଚାୟତ ପକ୍ଷରୁ ପିଇଓଙ୍କ ନାମରେ ନୁଆଖାତା କରାଯାଇ ପଞ୍ଚାୟତ ମାଧ୍ୟମରେ ୭ଟି ୱାର୍ଡକୁ ରେସନ ସାମଗ୍ରୀ ଯୋଗାଇବା ପାଇଁ ଆବଶ୍ୟକୀୟ ସମସ୍ତ କାଗଜପତ୍ର ସହ ଆବେଦନ କରିଥିଲେ ମଧ୍ୟ ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଉ ନଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ବ୍ଳକର ଅନେକ ସ୍ଥାନରେ ନୁଆଖାତା କରାଯାଇ ସୁଶମ ବଣ୍ଟନର ବ୍ୟବସ୍ଥା କରାଯାଇ ଥିବାବେଳେ ଏହି ପଞ୍ଚାୟତକୁ ଅଣଦେଖା କରାଯାଉଛି ବୋଲି ସରପଞ୍ଚ କୁନ୍ତଳା ନାଇକ, ସମିତିସଭ୍ୟା ଗୋଦାବରୀ ନାଏକ, ୱାର୍ଡସଭ୍ୟ ଲୋକନାଥ ଖଣ୍ଡେଇ, ଜୁରା ହୋ ପ୍ରମୁଖ ଅଭିଯୋଗ କରିଛନ୍ତି । ତୁରନ୍ତ ଦୁଇମାସର ଚାଉଳ ପ୍ରଦାନ ସହିତ ପଞ୍ଚାୟତ ମାଧ୍ୟମରେ ରେସନ ସାମଗ୍ରୀ ବଣ୍ଟନର ସୁବ୍ୟବସ୍ଥା ନକରାଇଲେ ପଞ୍ଚାୟତ ବାସୀ ବାଧ୍ୟହୋଇ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ ବୋଲି ସରପଞ୍ଚ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ