ଆବାସ ଯୋଜନା ଟଙ୍କା ଅନ୍ୟ ଏକାଉଣ୍ଟରେ ଉଠିବା ଘଟଣା

ହାଟଡିହି, (ବିକାଶ ବିଶ୍ୱାଳ):ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ଯୋଜନା ଗୁଡିକୁ ସଫଳ ରୁପାୟନ କରିବାପାଇଁ ନିଯୁକ୍ତି ଥିବା କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଗରିବ ହିତାଧିକାରୀ ମାନେ ଏହାର ଶୀକାର ହେଉଥିବା ଦେଖିବାକୁ ମିଳିଛି । ଶାଳଣିଆଁ ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କୁ ଘର କରିବାପାଇଁ କାର୍ଯ୍ୟାଦେଶ ଦେବାସହ ତାଙ୍କ ଏକାଉଣ୍ଟକୁ ଟଙ୍କା ଦେବା ବଦଳରେ ଆଉ ଜଣେ ବ୍ୟକ୍ତିଙ୍କ ଏକାଉଣ୍ଟକୁ ଟଙ୍କା ଦେଇଦେବା ଘଟଣାରେ ବିଚରା ହିତାଧିକାରୀ ଜଣକ ୭ବର୍ଷ ହେଲା ବ୍ଲକକୁ ଦୌଡୁଥିଲେବି କେହି ତାଙ୍କ ଦୁଖଃ ଶୁଣୁ ନାହାନ୍ତି । ଏପରିକି ଏ ବାବଦରେ ଗତ ଦୁଇବର୍ଷ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବ୍ଲକ କର୍ତ୍ତୁପକ୍ଷ ଏହାର ଅନୁସନ୍ଧାନ କରି ତୁରନ୍ତ ପଦକ୍ଷେପ ନେବାକୁ ବିଡିଓ ପ୍ରତିଶୃତି ଦେଇଥିଲେବି ଦୁଇବର୍ଷ ବିତି ଯାଇଥିଲେବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । ବିଚରା ହିତାଧିକାରୀ ଜଣକ ଏକ ଭଙ୍ଗା ବିପଦ ଶଙ୍କୁଳ ଚାଳଘରେ ଛୁଆପିଲାଙ୍କୁ ଧରି ଦିନ କାଟୁଛନ୍ତି । ଏନେଇ ହିତାଧିକାରୀଙ୍କ ପତ୍ନୀ ପୁର୍ଣ୍ଣିମା ଜେନା ବ୍ଲକ କର୍ମଚାରୀ ଭୁଲ କଲେ ଦଣ୍ଡ ଭୋଗିବି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ଦ୍ସ୍ଚେ୍ଛ ଶାସନର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚିଠି ଲେଖି ଜଣାଇଛନ୍ତି ବୋଲି କହିଛନ୍ତି ।ଅଭିଯୋଗରୁ ଜଣାଯାଇଛି ଯେ ଶାଳଣିଆଁ ଗ୍ରାମର ଅଭିମନୁ୍ୟ ଯେନା ପିତା- ବାଇଧର ଜେନା ଜଣେ ମାନସିକ ଅନଗ୍ରସର ବ୍ୟକ୍ତି । ଘରେ ନିଜ ସ୍ତ୍ରୀ ଓ ଦୁଇପୁଅଙ୍କୁ ନେଇ ତାଙ୍କ ସଂସାର । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ଏକ ଭଙ୍ଗା ଚାଳଘରେ ମୁଣ୍ଡ ଗୁଞ୍ଜୁଛନ୍ତି । ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଗତ ୨୦୧୬/୧୭ରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଥିଲା । ଏଥିପାଇଁ ୨୪/୦୫/୨୦୧୭ରେ ତାଙ୍କ ଏକାଉଣ୍ଟକୁ ୨୦ହଜାର ଟଙ୍କା ପଠାଗଲା ବୋଲି ବ୍ଲକ ପକ୍ଷରୁ କୁହାଗଲା । ତତ୍କାଳୀନ ପିଇଓ ଏବଂ ଜିଆରଏସ ତାଙ୍କ ଘରକୁଯାଇ ତୁରନ୍ତ ଆବାସ ଯୋଜନା ଘର ଆରମ୍ଭ କର ବୋଲି କହିଥିଲେ । କିନ୍ତୁ ତାଙ୍କ ଏକାଉଣ୍ଟକୁ ଟଙ୍କା ଯାଇନଥିବା ନେଇ ଆପତ୍ତି ଅଭିଯୋଗ କରିବାସହ ବ୍ୟାଙ୍କ ଜମାଖାତା ମଧ୍ୟ ଦେଖାଇଥିଲେ । କିନ୍ତୁ ପିଇଓ ଓ ବ୍ଲକର ଅନ୍ୟ କିଛି ଅଧିକାରୀ ଦୁଇତିନି ଥର ତାଙ୍କ ଘରକୁ ଆସି ଟଙ୍କା ଆସିଛି ଯଦି ଘର ନକରିବ ତୁମ ରେସନକାର୍ଡ କଟିଯିବ ବୋଲି କହି ତାଙ୍କୁ ଘର କରିବାକୁ ବାଧ୍ୟ କରିଥିଲେ । ଅଭିମନୁ୍ୟଙ୍କ ପତ୍ନୀ ଏ ନେଇ ବ୍ୟାଙ୍କକୁ ଅନେକଥର ଯାଇ ପାସବହି ଅପଡେଟ କରିଥିଲେବି ଟଙ୍କା ଆସିନଥିବା ନେଇ ବ୍ଲକ କାର୍ଯ୍ୟାଳୟକୁ ଯାଇ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ କେହି ଶୁଣି ନଥିଲେ । ସେ ଆବେଦନ ସମୟରେ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କ ଜମା ବହିର ଏକାଉଣ୍ଟ ନମ୍ବର, ଜମାବହିର ନକଲ ଆଦି ଦେଇଥିଲେ ମଧ୍ୟ ଅନୁଦାନ ଟଙ୍କା ତାଙ୍କ ଏକାଉଣ୍ଟ ବଦଳରେ ଭିନ୍ନ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ଜମାଖାତାକୁ ଯାଇଥିବା ଜାଣିବାକୁ ପାଇଥିଲେ । କିପରି ସେହି ଟଙ୍କା ଫେରସ୍ତ ଅଣାଯାଇ ତାଙ୍କୁ ଦିଆଯିବ ଓ ସେ ଘର କାମ ଆରମ୍ଭ କରିବେ ସେନେଇ ଅଭିମନୁ୍ୟଙ୍କ ପତ୍ନୀ ପୁର୍ଣ୍ଣିମା ଯେନା ୭ବର୍ଷ ହେଲା ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ କେହି ଅଧିକାରୀ କିମ୍ବା ଏହି ବିଭାଗର କର୍ମଚାରୀ ଆଉ ଧରାଛୁଆଁ ଦେଉ ନାହାନ୍ତି । ବିଚରା ଅଭିମନୁ୍ୟ ଓ ତାଙ୍କ ପତ୍ନୀ ଦୁଇଛୋଟ ପୁଅଙ୍କୁ ଧରି ଏକ ଭଙ୍ଗା ଚାଳଘରେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଏପରିକି ବନ୍ୟା ବାତ୍ୟା ଆସିଲେ ପ୍ରଶାସନ ତାଙ୍କୁ ନିକଟସ୍ଥ ସ୍କୁଲ କିମ୍ବା ଆଶ୍ରୟସ୍ଥଳୀକୁ ନେଇ ଶାନ୍ତ୍ୱନା ଦେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତିି । ପୁର୍ଣ୍ଣିମା ଆଜି ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଭେଟିବା ସହିତ ବିଧାୟକ ଭାଗିରଥି ସେଠୀଙ୍କୁ ମଧ୍ୟ ନିଜ ଗୁହାରୀ ଶୁଣାଇଛନ୍ତି । ୍ୁମ ବ୍ୟାଙ୍କ ଏକାଉଣ୍ଟ ଭୁଲ ଅଛି ଆଉଥରେ ଏକାଉଣ୍ଟ ନମ୍ବର ଦିଅ ଠିକ କରାଯିବ ବୋଲି ବିଡିଓ ବିନିତା ବିଜୟିନୀ ତାଙ୍କୁ ପ୍ରତିଶୃତି ଦେଇଛନ୍ତି । ଅତିଶୀଘ୍ର ତାଙ୍କ ଏକାଉଣ୍ଟକୁ ଆବସ ଯୋଜନା ଟଙ୍କା ଦିଆ ନଗଲେ ସେ ବାଧ୍ୟ ହୋଇ ସପରିବାର ବ୍ଲକ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ