ପିପୁଲସ କଲେଜରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜ ପକ୍ଷରୁ ଆଇ.ଆର.ପି.ଏମ. ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଭଞ୍ଜନ ମୁନିଙ୍କୁ ମାର୍ଚ୍ଚ ୩୧ ତାରିଖ ଦିନ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ କଲେଜର ଅଧ୍ୟକ୍ଷ ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। କଲେଜ ଷ୍ଟାପ ଆସୋସିଏସନ ସମ୍ପାଦକ ଅଧ୍ୟାପକ ଅକ୍ଷୟ କୁମାର ସାହୁ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ପ୍ରଦୀପ କୁମାର ଦାଶ, ଆତ୍ମପ୍ରକାଶ ନାୟକ, ହରିକୃଷ୍ଣ ନାୟକ, ଡ଼ଃ ଜୟରାମ ବିଷୋୟୀ, ଡ଼ଃ ସଞ୍ଜୟ କୁମାର ପ୍ରଧାନ, ରବୀନ୍ଦ୍ର ନାଥ ପୋଲାଇ, ଦୁଷ୍ମନ୍ତ ପ୍ରଧାନ ଓ ଦିଲ୍ଲୀପ କୁମାର ସେଠୀ ଏବଂ ଅଧ୍ୟାପିକା ଅନିତା ଦେବୀ, ସୁରଜିତା ସ୍ବାଇଁ, ସନ୍ତୋଷି ରାଜୁ,ଓ ରଶ୍ମିତା ମିଶ୍ର ଙ୍କ ସମେତ କଲେଜର କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଅବସର ଗ୍ରହଣ କରିଥିବା ଅଧ୍ୟାପକ ପ୍ରଭଞ୍ଜନ ମୁନିଙ୍କୁ ଏକ ଭାବପୂର୍ଣ୍ଣ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଷ୍ଟାପ ଆସୋସିଏସନ ସହସମ୍ପାଦକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ