ଅବସର ଗ୍ରହଣ କଲେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ଏସଡ଼ିଓ ( ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ) ତୁଷାର କୁମାର ସାହୁ ମାର୍ଚ୍ଚ ୩୧ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି। ଇଞ୍ଜିନିୟର ଶ୍ରୀ ସାହୁ ଜଣେ ସଚୋଟ ଅଫିସର ଭାବେ ପରିଚିତ ଥିଲେ। ସେ ଜଣେ ଆଧ୍ୟାତ୍ମିକବାଦୀ ଓ ମିଷ୍ଟଭାଷି ବ୍ୟକ୍ତିଥିଲେ। ଯେ କୌଣସି ବ୍ୟକ୍ତି ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ କଲେ ଶ୍ରୀ ସାହୁ ତାହା ତୁରନ୍ତ ପଦକ୍ଷେପ ଗ୍ରହଣ କରି ସମାଧାନ କରିଥାନ୍ତି। ଇଂ. ତୁଷାର କୁମାର ସାହୁଙ୍କୁ ବିଭାଗୀୟ କର୍ମଚାରୀ ବୃନ୍ଦ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇବା ସହ ଅବସର ଜୀବନ ଶାନ୍ତିରେ କଟିବା ପାଇଁ କାମନା କରିଥିଲେ।


