ପିପୁଲସ କଲେଜର ଆଇ.ଆର.ପି.ଏମ. ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ପାଠଚକ୍ର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପିପୁଲସ କଲେଜ ଆଇ.କ୍ୟୁ.ଏ.ସି. ଓ ମୋ କଲେଜ ଅଭିଯାନ ସହଯୋଗରେ ଆଇ.ଆର.ପି.ଏମ. ବିଭାଗ ପକ୍ଷରୁ “ଆନୁଷ୍ଠାନିକ ସଂସ୍କୃତି ଓ ଏହାର ପ୍ରଭାବ” ବିଷୟ ବସ୍ତୁ ଉପରେ ଏକ ରାଜ୍ୟ ସ୍ତରୀୟ ପାଠଚକ୍ର ମାର୍ଚ୍ଚ ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ବହ୍ମପୁର ବିଶ୍ୱବିଦ୍ୟାଳୟର ଆଇ.ଆର.ପି.ଏମ. ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ସୁବାଷ ଚନ୍ଦ୍ର ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୁଣୁପୁର କଲେଜ ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର, ଓ ସମ୍ମାନିତ ଅତିଥି ଭାବେ ପୋପାଳପୁର କଲେଜ ପ୍ରାକ୍ତନ ପ୍ରାଧ୍ୟାପକ ଡକ୍ଟର ପିତାମ୍ବର ବିଷୋୟୀ ଯୋଗଦେଇଥିଲେ। ପିପୁଲସ କଲେଜ ଆଇ.ଆର.ପି.ଏମ. ବିଭାଗର ମୁଖ୍ୟ ଅଧ୍ୟାପକ ତଥା ଆଇ.କ୍ୟୁ.ଏ.ସି. ସଂଯୋଜକ ଅଧ୍ୟାପକ ପ୍ରଭଞ୍ଜନ ମୁନି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହାପରେ ବିଭାଗୀୟ ତୃତୀୟ ବର୍ଷ ଛାତ୍ରୀ ମୁକ୍ତି ପଣ୍ଡା ସନ୍ଦର୍ଭ ପାଠ କରିଥିବା ବେଳେ ପାଠଚକ୍ର ସମ୍ପାଦକ ଆଶିଷ କୁମାର ସାହୁ ବିବରଣୀ ପାଠ କରିଥିଲେ। ଏହାପରେ ସନ୍ଦର୍ଭ ଉପରେ ପ୍ରଶ୍ନ ଓ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଶ୍ରୀ ବିଷୋୟୀ, ମୁଖ୍ୟବକ୍ତା ଶ୍ରୀ ମିଶ୍ର, ଓ ମୁଖ୍ୟ ଅତିଥି ଶ୍ରୀ ପରିଡା ପାଠଚକ୍ରର ବିଷୟ ବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ ଓ ଅଧ୍ୟାପିକା ସୁରାଜିତା ସାହୁଙ୍କ ସମେତ ଅଧ୍ୟାପକ ଆତ୍ମା ପ୍ରକାଶ ନାୟକ, ସୁଶାନ୍ତ କୁମାର ସାହୁ, ଡ଼ଃ ହମାଂଶୁ ଶେଖର ରଥ, ଡ଼ଃ ଜୟରାମ ବିଷୋୟୀ ଓ ରବୀନ୍ଦ୍ର ନାଥ ପୋଲାଇ ଏବଂ ଅଧ୍ୟାପିକା ଅନିତା ଦେବୀ, ସନ୍ତୋଷି ରାଜୁ, ଓ ରଶ୍ମିତା ମିଶ୍ର ପ୍ରମୁଖ ଏହି ପାଠଚକ୍ରରେ ଯୋଗଦେଇଥିଲେ। ଆଇ.କ୍ୟୁ.ଏ.ସି. ସହାସଂଯୋଜକ ଆତ୍ମା ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ