ସାମ୍ବାଦିକତା ଓ ଗଣଯୋଗାଯୋଗରେ ଅଖିଳଙ୍କୁ ସ୍ଵର୍ଣ୍ଣପଦକ

ଗଞ୍ଜାମ, (ବିନୋଦ ପଲାଇ):ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଖିଳ ତରାଇ ସ୍ୱର୍ଣ୍ଣପଦକ ହାସଲକରି ଗଞ୍ଜାମ ସହର ପାଇଁ ଗୌରବ ଆଣିଛନ୍ତି।ଏନେଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବ ତାଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଅଛି।
ଗଂଜାମ ଏନ୍ଏସି ଅନ୍ତର୍ଗତ ପୁଇଁତୋଳା ବାସିନ୍ଦା ଗୁରୁଚରଣ ତରାଇ ଓ ବାସନ୍ତୀ ତରାଇଙ୍କ ସାନପୁଅ ଅଟନ୍ତି ଅଖିଳ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨୦୨୦-୨୦୨୨ ଶିକ୍ଷାବର୍ଷ ପାଇଁ ସାମ୍ବାଦିକତା ଓ ଗଣଯୋଗାଯୋଗ ସ୍ନାତକୋତ୍ତର ଶୀର୍ଷସ୍ଥାନ(ଟପ୍ପର) ହାସଲ କରିଛନ୍ତି। ଏନେଇ ଆଜି ୨୪ତମ ସମାବର୍ତ୍ତନ ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ଯୋଗଦେଇ ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କୁଳପତି ଡ. ଗୀତାଞ୍ଜଳୀ ଦାସ,କୁଳସଚିବ ସଚିଦାନନ୍ଦ ନାୟକ, ପିଜି କାଉନସିଲର ଅଧ୍ୟକ୍ଷ ପ୍ରତାପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ଅଖିଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଛୁଟିଛି। ଅଖିଳଏହି ସଫଳତା ପାଇଁ ଆବଶ୍ୟକ ପରିଶ୍ରମ ସହ ଭଗବାନଙ୍କ ଆଶୀର୍ବାଦ ଏବଂ ବିଭାଗ ମୁଖ୍ୟ ପ୍ରଫେସର ଡ଼.ଗଣେଶ ସେଠୀଙ୍କ ସହ ଅନ୍ୟ ଅଧ୍ୟାପକ ମାନଙ୍କୁ ଶ୍ରେୟ ଦେଇଛନ୍ତି।ଭବିଷ୍ୟତରେ ଜଣେ ନିର୍ଭୀକ ଓ ନିଷ୍ଠାପର ସାମ୍ୱାଦିକ ହୋଇ ଲୋକଙ୍କ ପାଇଁ ସ୍ୱର ହେବି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ