ପିରାମଲ୍ ଫାଇନାନ୍ସ ପକ୍ଷରୁ ସହ-ଋଣ ବ୍ୟବସାୟ ପାଇଁ ସେଂଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ସହଯୋଗିତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପିରାମଲ୍ ଏଂଟରପ୍ରାଇଜେସ୍ ଲିମିଟେଡ୍‌ର ସହାୟକ ସଂସ୍ଥା ପିରାମଲ୍ କ୍ୟାପିଟାଲ୍ ଆଣ୍ଡ ହାଉସିଂ ଫାଇନାନ୍ସ ପକ୍ଷରୁ ସହ-ଋଣ ବ୍ୟବସାୟ ପାଇଁ ସେଂଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତା ଜରିଆରେ ଗ୍ରାମାଂଚଳ ଓ ଅର୍ଧ ସହରାଚଂଳରେ ବାସ କରୁଥିବା ମଧ୍ୟମ ଓ ନିମ୍ନ ଆୟବର୍ଗର ଗ୍ରାହକଙ୍କୁ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।ଏକ ନିରବଚ୍ଛିନ୍ନ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ଏହି ସହଯୋଗିତାରେ ସେଂଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବ୍ୟାପକ ଶାଖା ନେଟ୍‌ୱର୍କ ଓ ପିରାମଲ ଫାଇନାନ୍ସର ହାଇଟେକ୍ ଓ ହାଇଟଚ୍ ରଣନୀତିକୁ ବ୍ୟବହାର କରାଯିବ । ପିରାମଲ୍ ଫାଇନାନ୍ସର ୨୬ଟି ରାଜ୍ୟର ୬୦୦ରୁ ଅଧିକ ଜିଲ୍ଲାରେ୫୦୦ରୁ ଅଧିକ ନେଟ୍‌ୱର୍କ ରହିଥିବା ବେଳେ ଏହି ସହଯୋଗିତାରେ ଆର୍ଥିକ ଅନଷ୍ଠାନରୁ ଋଣ ପାଉନଥିବା ଗ୍ରାହକମାନଙ୍କୁ ପ୍ରତିଯୋଗିତାପୂର୍ଣ୍ଣ ସୁଧ ହାରରେ ଓ ସୁହାଇବା ଭଳି ଋଣ ସମାଧାନ ପ୍ରଦାନ କରାଯିବ ।ପିରାମଲ୍ କ୍ୟାପିଟାଲ୍ ଆଣ୍ଡ ହାଉସିଂ ଫାଇନାନ୍ସ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ଜୟରାମ ଶ୍ରୀଧରନ କହିଛନ୍ତି ଯେ, “ଭାରତର ଅନ୍ୟତମ ସବୁଠୁ ପୁରୁଣା ଓ ବିଶ୍ୱାସନୀୟ ଆର୍ଥିକ ଅନୁଷ୍ଠାନ ସେଂଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ଆମର ସହ-ଋଣ ସହଯୋଗିତା ସ୍ଥାପନ କରି ଆମେ ଉଲ୍ଲସିତ । ଅନଗ୍ରସର ବର୍ଗଙ୍କ ପାଖରେ ସଂଗଠିତ ଋଣ ପହଂଚାଇବା ଲାଗି ରହିଥିବା ମିଳିତ ପ୍ରତିବଦ୍ଧତାକୁ ଏହି ସହଯୋଗିତା ଦର୍ଶାଉଛି । ସେଂଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାପକ ନେଟୱର୍କ ସହିତ ପିରାମଲର ଦୃଢ଼ ଉପସ୍ଥିତିକୁ ବ୍ୟବହାର କରି ସାରା ଭାରତର ଭୌଗୋଳିକ ଅଂଚଳରେ ବ୍ୟାପକ ଭାବେ ପହଚିଂଚିବାକୁ ଆମେ ପ୍ରସ୍ତୁତ ରହିଛୁ । ମିଳିତ ଭାବେ ଆମର ଲକ୍ଷ୍ୟ ହେଉଛି ସଂଗଠିତ ଋଣ ପହଂଚାଇବାରେ ଉନ୍ନତି ଆଣିବା, ଅଭିବୃଦ୍ଧି ବଢ଼ାଇବା ଓ ସାରା ଭାରତର ଗ୍ରାହକଙ୍କ ଅଭିଳାଷକୁ ସମର୍ଥନ ପ୍ରଦାନ କରିବା ।’’
ଆୟର ପ୍ରମାଣ ଜନିତ ଆବଶ୍ୟକ କାଗଜପତ୍ର ଅଭାବରୁ ସଂଗଠିତ କ୍ଷେତ୍ରରୁ ଋଣ ପାଇବାରେ ଅସୁବିଧା ସାମ୍ନା କରୁଥିବା ଅଣ ସଂଗଠିତ କ୍ଷେତ୍ରର ସ୍ୱାବଲମ୍ବୀ ଓ ବେତନଭୋଗୀ ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ହେଉଛି ଏହି ସହଯୋଗିତାର ଲକ୍ଷ୍ୟ । ସେଂଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ପିରାମଲ ଫାଇନାନ୍ସର ମିଳିତ ବିଶେଷତା ଓ ଉପସ୍ଥିତି ଏମ୍‌ଏସ୍‌ଏମ୍‌ଇ ଓ ଗୃହ ଋଣ ଗ୍ରାହକମାନେ ସାମ୍ନା କରୁଥିବା ଋଣ ଅନ୍ତରକୁ ଦୂର କରିବ । ୧.୩ ନିୟୁତ ସକ୍ରିୟ ଗ୍ରାହକଙ୍କୁ ସେବା ପ୍ରଦାନ କରିବାରେ ପିରାମଲ ଫାଇନାନ୍ସର ଥିବା ପ୍ରମାଣିତ ଟ୍ରାକ୍ ରେର୍ଡ ଭାରତର ଅନଗ୍ରସରଙ୍କୁ ଋଣ ପ୍ରଦାନ କରିବାର ପ୍ରତିବଦ୍ଧତାକୁ ଦର୍ଶାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ